ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୮) : ସଂରକ୍ଷଣ ବିରୋଧୀ ଆନ୍ଦୋଳନ କାଶୀନଗର ସହର ରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳିତ ହୋଇଛି ।
ଆଜି ବଡି ଭୋର ରୁ କୌଣସି ଯାତ୍ରୀବାହି ବସ ଚଳାଚଳ କରୁନାହିଁ । କାଶୀନଗର ସହର ରେ ଆମ୍ବେଦକର ଯୁବ ସେନା ପକ୍ଷରୁ ସ୍କୁଲ, କଲେଜ , ଦୋକାନ ବଜାର ସମ୍ପୂର୍ଣ ବନ୍ଦ ହୋଇଯାଇଛି । ରାସ୍ତା ସବି ଖାଁ ଖାଁ ହୋଇଯାଇଛି । ଯାତ୍ରୀ ମାନେ ଅଟୋ ରେ ଯିବା ଆସିବା କରୁଛନ୍ତି । କାଶୀନଗର ପୋଲିସ ଥାନା ଅଧିକାରୀ ସୁନୀଲ କୁମାର ବେହେରା ଙ୍କ ନେତୃତ୍ୱ ପେଟ୍ରୋଲିଙ୍ଗ କରୁଛନ୍ତି, କୌଣସି ଅପ୍ରୀତିକର ପରିସ୍ଥିତି ଏଯାଏଁ ହୋଇନାହିଁ ।