32.9 C
Balāngīr
Sunday, July 20, 2025

କାଶୀନଗର କରଦାତାଙ୍କ ଅର୍ଥ ପ୍ରତି ଅସମ୍ମାନ ଅଭିଯୋଗ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କାଶୀନଗର ୨୧ / ୦୬ / ୨୫): ବିଦ୍ୟାଳୟ ମିଶ୍ରଣ ପରେ କାଶୀନଗର ଏନ୍ ଏ ସିର କେତେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଂଦ୍ ହୋଇ ଯାଇଥିଲା | ବର୍ତ୍ତମାନ ସେଗୁଡିକ କୌଣସି କାର୍ଯ୍ୟରେ ବ୍ୟବହୃତ ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି | ୧୯୬୬ ମସିହାରେ ସ୍ଥାପିତ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ କ୍ରମଶଃ ସୌନ୍ଦର୍ଯ୍ୟ ହରାଇ ନଷ୍ଟ ହୋଇ ଯାଉଥିବା ବେଳେ ସଚେତନ ନାଗରିକ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି |9a5fc3f7 4b91 48ac 95e5 b3168d5c3c06 କାଶୀନଗର କରଦାତାଙ୍କ ଅର୍ଥ ପ୍ରତି ଅସମ୍ମାନ ଅଭିଯୋଗ

ସୂଚନା ଯୋଗ୍ୟ ଯେ , ହାରାମଣି ରାଜଗୁରୁ ପ୍ରଧାନ ଶିକ୍ଷୟିତ୍ରୀ ଥିବା ବେଳେ ଡି ପି ଇ ପି , ଏସ୍ ଏସ୍ ଏ ସହାୟତାରେ ଉକ୍ତ ବିଦ୍ୟାଳୟର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବହୁ କାର୍ଯ୍ୟ କରିଥିଲେ | ଭଲ ପାଠ ପଢ଼ା ଯାଉଥିବା ଏକ ଶିକ୍ଷାନୁଷ୍ଠାନ ରୂପେ ସେତେବେଳେ ଉକ୍ତ ବିଦ୍ୟାଳୟର ସୁଖ୍ୟାତି ବି ରହିଥିଲା | ତେଣୁ ସ୍ଥାନୀୟ ବାରାଣସୀ ସରକାରୀ ଉଚ୍ଚ ବିଦ୍ୟାଳୟ ସହ ଏହାର ମିଶ୍ରଣକୁ ସମ୍ପୃକ୍ତ ପିତା ମାତା , ଅଭିଭାବକ , ପରିଚାଳନା କମିଟି ବିରୋଧ କରିଥିଲେ | ତେବେ ପ୍ରଶାସନ ତା ଉପରେ ଗୁରୁତ୍ୱ ଦେଇ ନଥିଲା | ବର୍ତ୍ତମାନ ବ୍ଲକ୍ କଲୋନୀ ପରିସରରେ ଥିବା ଉକ୍ତ ବିଦ୍ୟାଳୟର ୩ ଦୁଇ ମହଲା ଓ ଏକାଧିକ ଏକ ମହଲା ଶ୍ରେଣୀଗୃହ କୌଣସି କାର୍ଯ୍ୟରେ ଲାଗୁନାହିଁ | ଶ୍ରେଣୀଗୃହଗୁଡିକର ବାରଣ୍ଡା ଓ ଆଖପାଖ ସ୍ଥାନରୁ ବହୁ ଖାଲି ମଦ ବୋତଲ ଉଠାଇ ଏନ୍ ଏ ସି ସଫେଇ ଦାୟିତ୍ୱରେ ଥିବା ମେନପୁଲ୍ କମ୍ପାନୀର କର୍ମଚାରୀମାନେ ଅସ୍ଥାୟୀ ଡମ୍ପିଂଗ ୟାର୍ଡ଼ରେ ଫିଙ୍ଗିଛନ୍ତି | ଗୋଟିଏ ଶ୍ରେଣୀଗୃହରେ ମିଶନ ଶକ୍ତି ପକ୍ଷରୁ ମାତ୍ର କିଛି ଦିନ ପାଇଁ ଏକ ସିଲେଇ ତାଲିମ କେନ୍ଦ୍ର ଖୋଲିଥିଲା |1103bec0 cab6 46d0 81c6 cd39259feaf5 କାଶୀନଗର କରଦାତାଙ୍କ ଅର୍ଥ ପ୍ରତି ଅସମ୍ମାନ ଅଭିଯୋଗ

ଜଣେ ରାତ୍ରି ଜଗୁଆଳ ବି ସେଥିପାଇଁ ନିଯୁକ୍ତି ପାଇଥିଲେ | କିନ୍ତୁ ହଠାତ ତାହା ବଂଦ ହୋଇଗଲା | ମିଶ୍ରଣ ପରେ ଅବ୍ୟବହୃତ ହୋଇ ପଡିଥିବା ଅନ୍ୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକର ଅବସ୍ଥା ବି ଶୋଚନୀୟ | ବୁଦ୍ଧିଜୀବୀ କରଦାତାଙ୍କ ଅର୍ଥର ଏହା ଖୋଲାଖୋଲି ଅସମ୍ମାନ ବୋଲି କହିଥିବା ବେଳେ ଏନ୍ ଏ ସି ଉଲ୍ଲେଖିତ ପରିତ୍ୟକ୍ତ ଶିକ୍ଷାନୁଷ୍ଠାନଗୁଡିକର ସଦୁପଯୋଗ ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ମତ ଦେଇଛନ୍ତି |

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...