32.9 C
Balāngīr
Saturday, July 12, 2025

କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦାନ୍ୟତା, ଘର ପଡି ବୃଦ୍ଧାଙ୍କୁ ଦେଲେ ସହାୟତା ରାଶି 

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା , (୧୭/୦୧) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଲକ୍ଷ୍ମୀ ବଜାର ସାହିରେ ଗତ ତା ୫/୧/୨୫ ରିଖରେ ଜଣେ ୭୦ ବର୍ଷୀୟା ବୃଦ୍ଧା ମହିଳା ଜନ ନାଏକଙ୍କ ଘର କୌଣସି ଏକ କାରଣ ବସତଃ ସମ୍ପୂର୍ଣ ଭାବେ ଜଳି ଯାଇଥିଲା।WhatsApp Image 2025 01 16 at 18.45.43 1 କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦାନ୍ୟତା, ଘର ପଡି ବୃଦ୍ଧାଙ୍କୁ ଦେଲେ ସହାୟତା ରାଶି 

ଏହି ଘଟଣାରେ ଘରେ ଥିବା ଆସବା ପତ୍ର ଓ ଧାନ, ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ, ଲୁଗା ପଟା ଓ କାଗଜ ପତ୍ର ସହ ବାର୍ଦ୍ଧକ୍ୟ ଭତା କାର୍ଡ ମଧ୍ୟ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିଯିବା ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାର ପ୍ରଚାର ହୋଇଥିଲା। ଅସହାୟ ବୃଦ୍ଧା ଜଣକ ନିଜ ସ୍ୱାମୀ ଓ ଯୁବକ ପୁଅଙ୍କୁ ହରାଇ ଅନେକ ବର୍ଷ ହେବ ତିନି ନାତି ନାତୁଣୀଙ୍କୁ ସାଙ୍ଗରେ ଅଭାବ ଅନଟନରେ ଚଳନ୍ତି । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତା କଡରେ ଛଟିଆ ପନିପରିବା ବ୍ୟବସାୟ କରି ଅହରହ ସଂଘର୍ଷ କରି ଆସିଛନ୍ତି। ଏହାରି ମଧ୍ୟରେ ଗତ ତା ୫/୧/୨୫ ରେ ଦିନ ପ୍ରାୟ ୧୨ ଟା ସମୟରେ ତାଙ୍କ ଘରେ ହଠାତ କୌଣସି କାରଣ ବଶତଃ ନିଆଁ ଲାଗି ସର୍ବସ୍ୱ ଜଳି ପାଉଁଶ ହୋଇ ଯାଇଥିଲା।

ଉକ୍ତ ଘଟଣାରେ ମର୍ମାହତ ହୋଇ କାଶୀପୁର ଡ଼ମ୍ଭ ସାହି ସଭାପତି ଶ୍ରୀ ଦିଲ୍ଲୀପ କୁମାର ନାଏକଙ୍କ ସହ ଅନେକ ବୁଦ୍ଧିଜୀବୀ ମହଲରେ ବୃଦ୍ଧାଙ୍କ ସହଯୋଗ କାମନା କରିଥିଲେ । ଏହି ପରି ବିଭିନ୍ନ ମହଲରେ ବୃଦ୍ଧାଙ୍କ ସହଯୋଗ କାମନା କରା ଯାଇଥିବା ବେଳେ ମଙ୍ଗଳ ବାର ଦିନ କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ନାଏକ ଅସହାୟ ବୃଦ୍ଧା ଜନ ନାଏକ ଓ ତାଙ୍କ ତିନି ନାତିନାତୁଣୀଙ୍କ ସହାୟତା ନିମନ୍ତେ ବୃଦ୍ଧାଙ୍କ ଘରକୁ ଯାଇ ଚାଉଳ, ଡାଲି, ପନିପରିବା ଓ କିଛି ଶାଢ଼ୀ ଭଳି ଲୁଗାପଟା ପ୍ରଦାନ କରିଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତି ଏବଂ ତାଙ୍କ ବଦାନ୍ୟତା ହେତୁ ବୃଦ୍ଧା ଜଣକ ଭାବ ବିଭୋର ହୋଇ କହୋ ଭରା କଣ୍ଠରେ ଧନ୍ୟବାଦ ଜଣାଇ ଅଧିକାରୀ ଜଣଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଦିର୍ଘଯିବି ଏବଂ ଅଧିକାରୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ମଙ୍ଗଳ କାମନା କରି ଆଶୀର୍ବାଦ ଦେଇଥିଲେ । ଏହିପରି କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାଏକଙ୍କ ଉଦାରତା, ପର ଦୁଃଖ କାତରତା ମନ ଭାବ ଏବଂ ସମାଜସେବା ପ୍ରତି ଆଗଭରା ଆଚରଣ ଥିବା ହେତୁ କାଶୀପୁର ବ୍ଲକରେ ବୁଦ୍ଧିଜୀବୀ ଓ ଅଞ୍ଚଳ ବାସି ଙ୍କ ପ୍ରଶଂସନୀୟ ହୋଇ ଯାଇଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...