32.9 C
Balāngīr
Tuesday, May 20, 2025

କିଶୋର ବାଳିକା ମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ଵ ବିକାଶ ଉପରେ ତାଲିମ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର: ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ବ୍ଲକ ର କିଶୋରୀ ଝିଅ ମାନଙ୍କର ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ଏବଂ ନେତୃତ୍ୱ ବିକାଶ ଉପରେ ସୋନପୁର ବ୍ଲକ ମିଶନ ଶକ୍ତି ଭବନ ଠାରେ ଦୁଇ ଦିନିଆ କର୍ମଶାଳା ଶୁଭାରମ୍ଭ ହୋଇଯାଇଛି l

ଏହି କର୍ମଶାଳା ରେ ବୀରମହାରାଜପୁର ବ୍ଲକ, ଡୁଙ୍ଗୁରିପାଲି ବ୍ଲକ ଏବଂ ବିନକା ବ୍ଲକ ର ମୋଟ ୫୦ ଜଣ ଝିଅ ଅଂଶଗ୍ରହଣ କରିଥିଲେ ଏବଂ ଆସନ୍ତା କାଲି ତା ୨୫/୦୪/୨୫ ରିଖ ଦିନ ସୋନପୁର, ଉଲୁଣ୍ଡା, ତରଭା ବ୍ଲକ ରୁ ମୋଟ ୫୦ ଜଣ ଝିଅ ଅଂଶଗ୍ରହଣ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଉଦଘାଟନ କରିଥିଲେ ଏବଂ କିଶୋରୀ ଝିଅ ମାନଙ୍କ ଉଜ୍ୱଳ ଭବିଷ୍ୟତ, ଦକ୍ଷତା ବୃଦ୍ଧି ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦବୋଧନ ଦେଇଥିଲେ l

ଏହି ତାଲିମ ଶିବିର ରେ ୩ ଜଣ ପରାମର୍ଶ ଦାତା ଶିକ୍ଷାଦାନ କରିଥିଲେ l ଜିଲ୍ଲା ନିଯୁକ୍ତି ଅଧିକାରୀ ସଞ୍ଜୁ କୁମାରୀ ସାହୂ ନିଯୁକ୍ତି ଉପରେ ଶିକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଶକ୍ତି କରଣ ଓ ଜୀବନ କୌଶଳ ଉପରେ ଶିକ୍ଷା ଓ ପଲିଟେକନିକ୍ କଲେଜ୍ ଅଧ୍ୟକ୍ଷ ଝିଅ ମାନଙ୍କ ଶିକ୍ଷା ସହ ବୈଷୟିକ ତାଲିମ ଓ ଶିକ୍ଷାଦାନ କରିଥିଲେ l ଶେଷରେ ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ତାଲିମ କାର୍ଯ୍ୟ ର ସୁପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...