ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୧୨) : ଏହି ହେଉଛି ଚଇତି ମଞ୍ଚର ଦୃଶ୍ୟ । ଚଇତି ମହୋତ୍ସବ ଆରମ୍ବରେ ମା ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ, କଳସ ଏବଂ ମା ମଝିଘରିଆଣି ମନ୍ଦିରରେ ପୁଜା ପାଉଥିବା ଫୋଟ ଚିତ୍ରକୁ ବିରାଟ ବଡ଼ ଶୋଭାଯାତ୍ରାରେ ଅଣା ଯାଇଥିଲା ।
ସେହିପରି ହିଁ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ମଧ୍ୟ ଆଜ୍ଞାମାଳ ଏବଂ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରା ଙ୍କ ଛୋଟ ମୂର୍ତ୍ତି କୁ ମଧ୍ୟ ରଥରେ ସଜ୍ଜାଇ ଅଣା ଯାଇଥିଲା । କିନ୍ତୁ, ଦୁଃଖର ବିଷୟ ଏହା ଯେ, ପୂର୍ବତନ ପ୍ରଧାନ ମନ୍ତ୍ରୀ ମନ ମୋହନ ସିଂହ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ନିମନ୍ତେ ୭ ଦିନ ଧରି ରାଷ୍ଟ୍ରୀୟ ଶୋକ ଦିବସ ପାଳନ ନିମନ୍ତେ ନିଷ୍ପତି ହୋଇଥିଲା । ଯେଉଁଥି ପାଇଁ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖରେ ଉଦଯାପନ ହେବାର ଥିଲା । ବର୍ତ୍ତମାନ୍ ଜାନୁୟାରୀ ୨ ତାରିଖରୁ ୪ ତାରିଖ ପର୍ୟ୍ୟନ୍ତ ପାଳନ ହେବ ।
ଚଇତି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବନ୍ଦ ରହିବା ଠାରୁ ସ୍ଥାପନ ହୋଇଥିବା ଭଗଵାନ ଙ୍କୁ ଏଠାରେ ଦୀପ ଧୂପ ଭୋଗ କିଛି ଭି ଲଗା ଯାଉ ନାହିଁ । ଏପରିକି ରାତିସାରା ମଧ୍ୟ ଅନ୍ଧାରରେ ରହୁଛନ୍ତି ଠାକୁର । କଳସ ଗୁଡିକରେ ଥିବା ଜଳ କୁକୁର ଆସି ପିଉଛନ୍ତି। କାମ ଥିଲେ ଭଗବାନ, କାମ ନାହିଁ ତ ଭଗବାନ ନାହିଁ। ଏହିଭଳି ଦୃଶ୍ୟ ଏଠାରେ ପରିଲିକ୍ଷିତ ହେଉଛି । ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ । ଏଥିପାଇଁ ସମସ୍ତ ହିନ୍ଦୁ ଧର୍ମର ଲୋକ ହିନ୍ଦୁ ସଙ୍ଗଠନ ଏବଂ ଜିଲ୍ଲାବାସି ଦୃଢ଼ ନିନ୍ଦା କରିଛନ୍ତି ।