କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ ହୋଇଥିବାରୁ ନୂତନ କର୍ମବର୍ତ୍ତା ଚୟନ ହୋଇ ଯାଇଛି ।
ସଭାପତି ଭାବେ ମନୋଜ କୁମାର ଶତପଥୀ,ସାଧାରଣ ସମ୍ପାଦକ ଭାବେ ରମାକାନ୍ତ ମହାପାତ୍ରଙ୍କୁ ଚୟନ କରାଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ନୀଳକଣ୍ଠ ହୋତା, ଉପ ସଭାପତି ଭାବେ ନୀଳାଞ୍ଚଳ ହୋତା , ରଜନୀ ଦାଶ, ହରିହର ଶତପଥୀ,ସନ୍ତୋଷ ନାୟକ,ସହ ସମ୍ପାଦକ ଭାବେ ଲବ ପେଣ୍ଠିଆ, ତପନ କୁମାର ତନ୍ତୀ,ମଧୁମୁରଲୀ ହୋତା, ପ୍ରସନ୍ନ ମିଶ୍ର, ଆଦିତ୍ୟ ପଣ୍ଡା, ସାଂଗଠନିକ ସମ୍ପାଦକ ଭାବେ ଅନିଲ କୁମାର ଦେବତା, ମିଡିଆ ସେଲ୍ ସମ୍ପାଦକ ଭାବେ ସୁଶାନ୍ତ କୁମାର ନାୟକ,ଆଇନ୍ ପରାମର୍ଶ ଦାତା ଭାବେ ବନମାଳୀ ମହାପାତ୍ର, କ୍ଲଷ୍ଟର ପ୍ରତିନିଧି ଭାବେ ସୁତମ ବିଷୋୟୀ, ସୀମାଞ୍ଚଳ ପଣ୍ଡା, ଅଜିତ ହୋତା, ନିତ୍ୟାନନ୍ଦ ଗୋଲରୀ, ମନୋଜ ପଣ୍ଡା, ସୁଜିତ ତ୍ରିପାଠୀ, ସନ୍ଦୀପ ଆଚାର୍ଯ୍ୟ, ତ୍ରିପତି ତନ୍ତୀ ମନୋନୀତ ହୋଇଥିଲେ ।ଉପଦେଷ୍ଟା ଭାବେ ବିଜୟ ଷଡଙ୍ଗୀ,ମନୋଜ ପଣ୍ଡା, ପ୍ରସନ୍ନ ହୋତା ଓ ସୀମାଞ୍ଜଳ ଦାଶଙ୍କୁ ମନୋନୀତ କରା ଯାଇଥିଲା ।