32.9 C
Balāngīr
Saturday, July 12, 2025

କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୧) : ଓଡ଼ିଶାରୁ ସିଧା କୁମ୍ଭମେଳା। ରାଜ୍ୟର ୪ ସହରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ୍ ବସ୍ । କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍ ସେବା

ଆଜି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ମହାକୁମ୍ଭ ମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରମ୍ଭ କରିଥିବା ଏହି ସ୍ୱତନ୍ତ୍ର ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ବସରେ ଓଡ଼ିଶାରୁ ସିଧା ପ୍ରୟାଗରାଜ ଯିବାର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ମାର୍ଗ ପାଇଁ ୨ଟି ଲେଖାଏଁ ବସ୍ ରହିଛି । ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ଆସନ୍ତା କାଲିଠୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେଉଥିବାବେଳେ ଓଡ଼ିଶାରୁ ମଧ୍ୟ ଶ୍ରଦ୍ଧାଳୁ କିପରି ମହାକୁମ୍ଭରେ ସାମିଲ ହୋଇପାରିବେ, ସେମାନଙ୍କ ସୁବିଧା ପାଇଁ ଏହି ବସ୍ ସେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ମହାକୁମ୍ଭ ମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ଏହି ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭ ମେଳା ସ୍ପେଶାଲ । ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର ଦେଇ ଯିବ । ସେହିପରି ପୁରୀ-ତୁଣ୍ଡଲା-ପୁରୀ କୁମ୍ଭ ସ୍ପେଶାଲ ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ବାଲେଶ୍ୱର ଦେଇ ଯିବ । ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ କୁମ୍ଭ ସ୍ପେଶାଲ ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଦେଇ ଯିବ ।

ସେହିଭଳି ବିଶାଖାପାଟଣା-ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍- ବିଶାଖାପାଟଣା କୁମ୍ଭ ସ୍ପେଶାଲ ଟ୍ରେନ୍ ରାୟଗଡା, ବଲାଙ୍ଗୀର ଓ ନୂଆପଡା ଦେଇ ଯାତ୍ରା କରିବ । ବିଶାଖାପାଟଣା-ଗୋରଖପୁର-ବିଶାଖାପାଟଣା କୁମ୍ଭ ସ୍ପେଶାଲ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ଦେଇ ଯିବ। ତିରୁପତି-ବନାରସ-ତିରୁପତି କୁମ୍ଭ ସ୍ପେଶାଲ ଓଡ଼ିଶାର ରାୟଗଡା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଦେଇ ଯାତ୍ରା କରିବ । ସେହିପରି ନରାସପୁର-ବନାରସ-ନରାସପୁର କୁମ୍ଭ ସ୍ପେଶାଲ ରାୟଗଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ଦେଇ ଯାତ୍ରା କରିବ ।

 

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...