ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୮/୦୫) : ପୁଣି କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି ।
ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ କୁଲଡିହା ଅଭୟାରଣ୍ୟର କପ୍ତିପଦା ରେଞ୍ଜ ବଡପଦା ଅଞ୍ଚଳରେ ବନ ବିଭାଗ ଖୋଲିଥିବା ଟ୍ରେଞ୍ଚରେ ପଡି ଏକ ମାଈ ହାତୀର ମୃତ୍ୟୁ ଘଟିଛି । କିଛି ଦିନ ପୂର୍ବରୁ ଟ୍ରେଞ୍ଚରେ ପଡି ଛଟପଟ ହେଉଥିବା ବେଳେ କିଭଳି ବନ ବିଭାଗ ଜାଣିପାରିଲାନାହିଁ ବୋଲି ବନ ବିଭାଗର ପ୍ୟାଟ୍ରୋଲିଂ ଉପରେ ପ୍ରଶ୍ନ ଉଠିଛି । କୁଲଡିହା ରେଞ୍ଜର ଓ କପ୍ତିପଦା ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିଛନ୍ତି । ଗତ ଶୁକ୍ରବାର ମଧ୍ୟ କୁଲଡିହାର ଯୋଡାଚୁଆରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା ।