32.9 C
Balāngīr
Tuesday, July 15, 2025

କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ବୈଠକ

Must read

ଗୁଣପୁର, (୧୮/୩) : ଆ.ପ୍ର. : ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଜିଲ୍ଲା ସ୍ତରୀୟ କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଦ୍ଵିତୀୟ ଥର ପାଈଁ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 18 at 17.52.43 କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ବୈଠକ

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ସାମଲ ଡିଡିଏମ୍ ନାବାର୍ଡ ଯୋଗଦେଇ ତୁଳସୀରେ ଜଳଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ । ନାବାର୍ଡ କୃଷି ଉତ୍ପାଦକ ସଙ୍ଗଠନକୁ କିପରି ସହାୟତା କରିପାରିବ ଓ ସଙ୍ଗଠନ କିପରି ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବେ ସେ ବିଷୟରେ ନିଜ ଅଭିଭାଷଣରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ମନୋଜ କୁମାର ପାତ୍ର ଓରମାସ୍ ରାୟଗଡ଼ା ଯୋଗଦେଇ ଉତ୍ପାଦର ବଜାରିକରଣ କିପରି କରାଯିବ ଓ ଚାଷି କିପରି ଭଲ ଦୁଇ ପଇସା ପାଇପାରିବ, ବିଭିନ୍ନ ଉଦାହରଣ ମାଧ୍ୟମରେ ଵୁଝାଇଥିଲେ ଏଵଂ ଵଜାରିକରଣ ବେଳେ ଯଦି କୈାଣସି ସହଯୋଗ ଆବଶ୍ୟକ ପଡେ ତେବେ ଓରମାସ୍ ସହଯୋଗ କରିବ ବୋଲି କହିଥିଲେ ।

ଦୟାନିଧି ରାଉତ ଡିଡିଏଚ୍ ରାୟଗଡ଼ା ବିଭିନ୍ନ କର୍ମଶାଳା ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଉତ୍ପାଦକ ସଙ୍ଗଠନକୁ ସୁଦୃଢ କରିବାକୁ ଆହ୍ଵାନ ଦେଇଥିଲେ । ବୃନ୍ଦାବନ ବେହେରା ଏଡିଓ ଗୁଣପୁର ମୃତ୍ତିକା ପରିକ୍ଷା , ବିହନ ବିଶୋଧନ, ବିହନ ବଣ୍ଟନ ସହ ବିଭିନ୍ନ ସରକାରୀ ଯୋଜନା ଏହି ସଙ୍ଗଠନ ମାଧ୍ୟମରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଡଃ ଆଲୋକ କୁମାର ଆଚାର୍ଯ୍ୟ ଏସ୍ ଡି ଭି ଓ ଗୁଣପୁର ଗୃହପାଳିତ ପଶୁ ପକ୍ଷୀ ପାଳନ ସହ, କୁକୁଡ଼ା ଚିଆ ଉତ୍ପାଦନ, କୁକୁଡ଼ା ଖାଦ୍ୟ ପ୍ରସ୍ତୁତି ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ । ସୁସ୍ମିତା ମହାନ୍ତି ବୈଜ୍ଞାନିକା ଓ ମୂଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଯୋଗଦେଇ ଚାଷୀ ଉତ୍ପାଦକ ସଙ୍ଗଠନର କାର୍ଯ୍ୟ ଶୈଳୀ, ପରିଚାଳନା, ବ୍ୟାଙ୍କ ଲୋନ୍ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ମଞ୍ଚାସିନ ଅତିଥି ମାନେ ଏଫ୍ ପି ଓ ପଞ୍ଜିକରଣ ଠାରୁ ଆରମ୍ଭ କରି ବୋର୍ଡ ମେମ୍ବର ଚୟନ , ବିହନ , ଔଷଧ, ସାର ଚାଷୀଙ୍କୁ ଯୋଗାଇବା ଠାରୁ ଚାଷିର ଉତ୍ପାଦିତ ସାମଗ୍ରୀର ବଜାରିକରଣ ପର୍ଯ୍ୟନ୍ତ ସମସ୍ତ ବିଷୟ ସିଇଓ, ସିଵିଵିଓର ପ୍ରତିନିଧି ଓ କୃଷି ଉତ୍ପାଦକ ସଙ୍ଗଠନର ସହାୟକ ମାନଙ୍କୁ ବୁଝାଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ କୃଷି ଉତ୍ପାଦକ ସଙ୍ଗଠନର ସିଇଓ , ସିବିବିଓ , ସଙ୍ଗଠନର ସହାୟକ ମାନେ ବହୁ ମାତ୍ରାରେ ଯୋଗଦେଇଥିଲେ । ଓରମାସର ଅଧିକାରୀ କୃଷି ଉତ୍ପାଦକ ସଙ୍ଗଠନ ଦ୍ଵାରା ଚାଷି ଟିଏ କିପରି ଘରେ ବସି ରିହାତି ଦରରେ କୃଷି ଉପକରଣ ପାଇପାରିବ ଓ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବ ସେ ସମ୍ବନ୍ଧରେ ବୁଝାଇଥିଲେ । ସରକାରଙ୍କ ତରଫରୁ କ’ଣ ସବୁ ସହାୟତା ରହିଛି ସେ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

କେଉଁ ଉପାୟ କଲେ କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିହେବ ଓ ବହୁ ବର୍ଷ ଯାଏଁ ସଙ୍ଗଠନ ଚାଲିବ ସେ ଗୁରୁମନ୍ତ୍ର ମଧ୍ୟ ଅତିଥି ମାନେ କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଅତି ସୁନ୍ଦର ଭାବେ ବୈଠକଟିକୁ ପରିଚାଳନା କରିଥିଲେ ତେବେ ଅତିଥି ମାନଙ୍କ ଗୁରୁମନ୍ତ୍ର, କୃଷି ଉତ୍ପାଦକ ସଙ୍ଗଠନକୁ କେତେ ସହାୟକ ହେଉଛି ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...