ଗୁଣପୁର : ୧୧/୩/୨୫-ଆପ୍ର.): ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଜିଲ୍ଲା ସ୍ତରୀୟ କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ସାମଲ ଡିଡିଏମ୍ ନାବାର୍ଡ ଯୋଗଦେଇ ତୁଳସୀରେ ଜଳଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଦେବେନ୍ଦ୍ର କୁମାର ବାଉରୀ ଏଲ୍ ଡି ଏମ୍ ରାୟଗଡ଼ା , ଡ଼ଃ ମନୋରଞ୍ଜନ ମହାପାତ୍ର କୃଷି ବିଶ୍ଵବିଦ୍ୟାଳୟର ପ୍ରଫେସର ଓ ମୂଖ୍ୟ (ଗିତୁ , ଗୁଣପୁର), ଡଃ ଆଲୋକ କୁମାର ଆଚାର୍ଯ୍ୟ ଏସ୍ ଡି ଭି ଓ ଗୁଣପୁର ,ରାସଵିହାରି ଦାସ ଉଦ୍ୟାନ ବିଭାଗ ଓଭରସର ଓ ସୁସ୍ମିତା ମହାନ୍ତି ବୈଜ୍ଞାନିକା ଓ ମୂଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଯୋଗଦେଇ ଚାଷୀ ଉତ୍ପାଦକ ସଙ୍ଗଠନର କାର୍ଯ୍ୟ ଶୈଳୀ , ପରିଚାଳନା , ବ୍ୟାଙ୍କ ଲୋନ୍ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଅତିଥି ମାନେ ଏଫ୍ ପି ଓ ପଞ୍ଜିକରଣ ଠାରୁ ଆରମ୍ଭ କରି ବୋର୍ଡ ମେମ୍ବର ଚୟନ , ବିହନ , ଔଷଧ , ସାର ଚାଷୀଙ୍କୁ ଯୋଗାଇବା ଠାରୁ ଚାଷିର ଉତ୍ପାଦିତ ସାମଗ୍ରୀର ବଜାରିକରଣ ପର୍ଯ୍ୟନ୍ତ ସମସ୍ତ ବିଷୟ ସିଇଓ , ସିଵିଵିଓ ର ପ୍ରତିନିଧି ଓ କୃଷି ଉତ୍ପାଦକ ସଙ୍ଗଠନର ସହାୟକ ମାନଙ୍କୁ ବୁଝାଇଥିଲେ ।
ଏହି ସଙ୍ଗଠନ ଦ୍ଵାରା ଚାଷି ଟିଏ କିପରି ଘରେ ବସି ରିହାତି ଦରରେ କୃଷି ଉପକରଣ ପାଇପାରିବ ଓ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବ ସେ ସମ୍ବନ୍ଧରେ ବୁଝାଇଥିଲେ । ସରକାରଙ୍କ ତରଫରୁ କ’ଣ ସବୁ ସହାୟତା ରହିଛି ସେ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । କେଉଁ ଉପାୟ କଲେ କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିହେବ ଓ ବହୁ ବର୍ଷ ଯାଏଁ ସଙ୍ଗଠନ ଚାଲିବ ସେ ଗୁରୁମନ୍ତ୍ର ମଧ୍ୟ ଅତିଥି ମାନେ କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଅତି ସୁନ୍ଦର ଭାବେ ବୈଠକଟିକୁ ପରିଚାଳନା କରିଥିଲେ ତେବେ ଅତିଥି ମାନଙ୍କ ଗୁରୁମନ୍ତ୍ର, କୃଷି ଉତ୍ପାଦକ ସଙ୍ଗଠନକୁ କେତେ ସହାୟକ ହେଉଛି ଦେଖିବାକୁ ବାକି ରହିଲା ।