32.9 C
Balāngīr
Saturday, April 26, 2025

କୃଷି ଉତ୍ପାଦକ ସଙ୍ଗଠନର ବୋର୍ଡ଼ ଅଫ୍ ଡାଇରେକ୍ଟର ଓ ସଭ୍ୟଙ୍କୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ବୈଠକ

Must read

ଗୁଣପୁର, (୧୩/୩) : ଆ.ପ୍ର. : ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଜିଲ୍ଲା ସ୍ତରୀୟ କୃଷି ଉତ୍ପାଦକ ସଙ୍ଗଠନର ବୋର୍ଡ଼ ଅଫ୍ ଡାଇରେକ୍ଟର ଓ ସଭ୍ୟଙ୍କୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ବୈଠକରେ ମୁନିଗୁଡା, ବିଷମକଟକ, ରାମନାଗୁଡା, ପଦ୍ମପୁର, ଗୁଡାରି, ଗୁଣପୁରରେ କାର୍ଯ୍ୟରତ ଉତ୍ପାଦକ ସଙ୍ଗଠନର ବୋର୍ଡ଼ ଅଫ୍ ଡାଇରେକ୍ଟର ଓ ସଭ୍ୟ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କେବିକେ ବୈଜ୍ଞାନିକ ରାଜୀବ ଟୁଡୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନାରାମ ରାମୁ , ଉଦ୍ୟାନ ବିଭାଗ ବୈଜ୍ଞାନିକା ଡ଼ଃ ଅନନ୍ଦିତା ରାୟ, ପାଣିପାଗ ବିଶେଷଜ୍ଞ ହିମାଦ୍ରୀ ବାଗ୍ ଯୋଗଦେଇ ଚାଷୀ ଉତ୍ପାଦକ ସଙ୍ଗଠନର କାର୍ଯ୍ୟ ଶୈଳୀ, ପରିଚାଳନା, ପାଗ ଅନୁକୂଳ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ ।

ପରେ ଅତିଥି ମାନେ ଚାଷି ଙ୍କ ସହ ଯୋଗାଯୋଗ ପରେ ଏଫ୍ ପି ଓ ପଞ୍ଜିକରଣ କରିବା, ଜୈବିକ ଉପାୟରେ ଚାଷ, ଜୈବ କିଟନାଶକ ପ୍ରୟୋଗ କରି ରୋଗ ପୋକ ନିୟନ୍ତ୍ରଣ କରିବା, ଛତୁ ଚାଷ ଓ ମହୁ ଚାଷ ବିଷୟରେ ଚାଷି ଙ୍କୁ ଅବଗତ କରାଇବା, ଚାଷିଙ୍କୁ ବିହନ, ଔଷଧ, ସାର ଯୋଗାଇବା ଠାରୁ ଚାଷିର ଉତ୍ପାଦିତ ସାମଗ୍ରୀର ବଜାରିକରଣ ପର୍ଯ୍ୟନ୍ତ ସମସ୍ତ ବିଷୟ ବୋର୍ଡ଼ ଅଫ୍ ଡାଇରେକ୍ଟର ଓ ସଭ୍ୟ ମାନଙ୍କୁ ବୁଝାଇଥିଲେ । ଏହି ସଙ୍ଗଠନ ଦ୍ଵାରା ଚାଷିଟିଏ କିପରି ଘରେ ବସି ରିହାତି ଦରରେ କୃଷି ଉପକରଣ ପାଇପାରିବ ଓ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବ ସେ ସମ୍ବନ୍ଧରେ ବୁଝାଇଥିଲେ । ସରକାରଙ୍କ ତରଫରୁ କ’ଣ ସବୁ ସହାୟତା ରହିଛି ସେ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

କେଉଁ ଉପାୟ କଲେ କୃଷି ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିହେବ ଓ ବହୁ ବର୍ଷ ଯାଏଁ ସଙ୍ଗଠନ ଚାଲିବ ସେ ଗୁରୁମନ୍ତ୍ର ମଧ୍ୟ ଅତିଥି ମାନେ କହିଥିଲେ । ଗୋଟିଏ ଜିଲ୍ଲାର କୃଷି ଉତ୍ପାଦକ ସଙ୍ଗଠନ ଅନ୍ୟ ଜିଲ୍ଲା ସଙ୍ଗଠନ ସହ ଯୋଗାଯୋଗ କରି ଭାବର ଆଦାନ ପ୍ରଦାନ ସହ ଵଜାରିକରଣ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଅତି ସୁନ୍ଦର ଭାବେ ବୈଠକଟିକୁ ପରିଚାଳନା କରିଥିଲେ ତେବେ ଅତିଥି ମାନଙ୍କ ଗୁରୁମନ୍ତ୍ର, କୃଷି ଉତ୍ପାଦକ ସଙ୍ଗଠନକୁ କେତେ ସହାୟକ ହେଉଛି ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...