ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୨/୦୬) : ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଫ୍ଲାଏ ଓଭର ବ୍ରିଜ ତଳେ ଥିବା ଉଠା ଦୋକାନୀ ଙ୍କ ଦୋକାନ ପୋଡ଼ି ଯାଇ ଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲେ ।
ଉକ୍ତ ଘଟଣାରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଛୋଟ ବ୍ୟବସାୟୀ ଙ୍କୁ ପ୍ରଶାସନ ତରଫରୁ କୌଣସି ସହାୟତା ମିଳିପାରି ନାହିଁ । ଏ ନେଇ କେଜିଏନ୍ ସମାଜ ତରଫରୁ ଅତି ଶୀଘ୍ର ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ରୋଡସାଇଡ୍ ବିକ୍ରେତା ମାନଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି । ଚୟନିତ ବିକ୍ରେତା, ଅବ୍ଦୁଲ୍ ୱାହିଦ୍, ପରମେଶ୍ୱର ବେହେରା, ଏମ୍ଡି ଇସ୍ତିହାକ୍ ଖାନ୍ ଏବଂ ଇକ୍ରାମ୍ ଖାନ୍ ତଥା ଅନ୍ୟ ଦୋକାନୀ ଙ୍କୁ ତାଙ୍କର ବ୍ୟବସାୟ ପୁନଃ ଆରମ୍ଭ ପାଇଁ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
କେଜିଏନ୍ ସମାଜର ସଦସ୍ୟ ମାନଙ୍କ ଦ୍ୱାରା ଏହି ଉଦ୍ୟମକୁ ଅଗ୍ରସର କରାଯାଇଥିଲା, ଯାହାରେ ଅଧ୍ୟକ୍ଷ ହିଫ୍ଜୁଲ୍ ରହମାନ୍, ସଚିବ ଇଂ ଏମ୍ଡି ଆବାସ୍ ଖାନ୍, ଉପାଧ୍ୟକ୍ଷ ଏହେମଦ୍ ଅଲି ଏବଂ କୋଷାଧ୍ୟକ୍ଷ ରାଜୁ ମେମନ୍ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ନାଦିମ୍ ଖାନ୍, ଏମ୍ଡି ଶଫିକ୍ ଏବଂ ଏମ୍ଡି ଗୁଫ୍ରାନ୍ ପ୍ରମୁଖ ଏହି ସହାୟତା ପ୍ରଦାନ କରିଥିଲେ ।