ସୁବର୍ଣ୍ଣପୁର, (୧୨/୦୫) : ଆ.ପ୍ର : ହୀରାକୁଦ ଜଳ ଭଣ୍ଡାର ରେ କେନାଲ ପାଣି ବନ୍ଦ ବୋଲି ଜଣାପଡିବା ପରେ । ହେଲେ ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ଅଞ୍ଚଳରେ ଚାଷ ଜମି ମାନଙ୍କରେ ଆହୁରି ପାଣି ର ଆବଶ୍ୟକତା ଥିବାରୁ ।
ଭିମଟିକ୍ରା କେନାଲ ଡିଷ୍ଟିବ୍ୟୁଟାରି ର ସଂସାମୁରା ପର୍ଯ୍ୟନ୍ତ ଆଉ ୩ ଦିନ ପାଣି ଯୋଗାଇ ଦେବାପାଇଁ ବିନିକା ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ଆଗକୁ ଆଉ ୩ ଦିନ ପାଣି ଯୋଗାଇ ଦେବାପାଇଁ ପାଣି ଛଡା ଯାଇଛି । ପାଣି ଆସିବା ପରେ ଚାଷୀ ମହଲରେ ଖୁସି ଦେଖା ଦେଇଥିବା ବେଳେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ଧନ୍ୟବାଦ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବିଜେପି ନେତା ବିଜୟ ମହାକୁର,ଅଶୋକ ପୃଷ୍ଟି, ବାବୁଲୁ ବିଶି, ଚନ୍ଦ୍ରମା ଅଗ୍ରୱାଲ, ଭୁବନେଶ୍ୱର ପାତ୍ର, ଜନାର୍ଦ୍ଦନ ଖମାରୀ, ଆକାଶ ନାଏକ ପ୍ରମୁଖ ସାମିଲ ଥିଲେ ।