କେନ୍ଦୁଝର, (୦୫/୦୭) :ଆପ୍ର. : କେନ୍ଦୁଝରରେ ହୋଇଛି ଗଞ୍ଜେଇ ଚାଲାଣ । ଜାତୀୟ ରାଜପଥ ୪୯ ନିକଟ ବେଲଦା ଗ୍ରାମ ଠାରେ ନାକାବନ୍ଦୀ କରିବା ପରେ ବୌଦ୍ଧ ଜିଲ୍ଲାରୁ କଲିକତାକୁ ଏକ କାରରେ ହୋଇଥିଲା ଏହି ଚୋରା ଗଞ୍ଜେଇ ଚାଲାଣ ।
ସଦର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କ ଠାରୁ ୮ ବସ୍ତା ଗଞ୍ଜେଇ ଧରିବାରେ ସଫଳ ହୋଇଥିଲେ । ୧ କୁଇଣ୍ଟାଲ ୪୦ କିଲୋ ୪୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି । ସେହି ଦୁଇ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ରଘୁନାଥପୁର ଥାନାର ଅମଲ ଦେହୁରୀ ଅନ୍ୟ ଜଣେ ହେଲେ ସରସରା ଥାନା ଶୁଭେନ୍ଧୁ ବେହେରା ବୋଲି ପୋଲିସ ସୂଚନା ଦେଇଛନ୍ତି । ଉଭୟଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।