ସୁବର୍ଣ୍ଣପୁର, (୧୯/୦୪) : ଆପ୍ର. : ସୋନପୁର ସହରର ପ୍ରୋଗ୍ରେସ ଇନ୍ ହୋଟେଲ ସାମନାରେ ପୂର୍ବତନ ବିଜେପି ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତଥା ସୋନପୁର ର ଟାଣୁଆ ନେତା ବଳଦେବ ବେଦବାକ ଙ୍କ ନେତୃତ୍ବରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଓ ପାଟଣାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତପ୍ରସ୍ତର ସ୍ଥlପନ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ସୁବର୍ଣ୍ଣପୁର ଗସ୍ତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ବାଳ ବାଟିକା-୧ ଏବଂ ବାଳବାଟିକ-୨ ଖୋଲିବା ପାଇଁ ବୁଦ୍ଧିଜୀବୀ ସୁରେଶ ପାତ୍ରଙ୍କ ନେତୃତ୍ବରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଅନେକ ବିଜେପି କର୍ମୀ ଏବଂ ବୁଦ୍ଧିଜୀବୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ କରିଥିଲେ ।
ଏହି ସ୍ବାଗତ କାର୍ଯ୍ୟକ୍ରମରେ ସୋନପୁର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷା ଦମୟନ୍ତୀ ବାରିକ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଭକ୍ତଚରଣ ଖୁରା, କେଦାର ଦାଶ, ବେଣୀମାଧବ ବେଦବାକ, ଜିତେନ୍ଦ୍ରିୟ ମହାପତ୍ର, ପ୍ରାଣବନ୍ଧୁ ଦାସ(ବାପି), ସଞ୍ଜିବ ବେଦବାକ, କେଶବ ସାହୁ, ଛବି ମେହେର ପ୍ରମୁଖ ଯୋଗଦେଇଥିଲେ ।