32.9 C
Balāngīr
Thursday, June 12, 2025

କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

Must read

କେସିଙ୍ଗା, (୦୫/୦୬) : ଆପ୍ର. : ଆଜି ସାରା ବିଶ୍ୱରେ ଗୋଟିଏ ହିଁ ଚର୍ଚ୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ।

କେସିଙ୍ଗା ବନ ବିଭାଗର ମିଳିତ ସହଯୋଗରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ପୃଥିବୀ ବିଷୟବସ୍ତୁ ଆଧାରରେ ଜନ ସଚେତନତା ଶୋଭାଯାତ୍ରା ଓ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ହେମନ୍ତ କୁମାର ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା କେବଳ ବିଭାଗୀୟ ଦାୟିତ୍ୱ ନ ହୋଇ ଏକ ସମ୍ମିଳିତ ସାମାଜିକ ପ୍ରୟାସ ହେବା ଉଚିତ ବୋଲି ନିଜ ବକ୍ତବ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଧନଞ୍ଜୟ ନିଆଲ୍ ଜଙ୍ଗଲ ସୁରକ୍ଷା କରିବାରେ ଛାତ୍ରଛାତ୍ରୀ ତଥା ଜନ ସାଧାରଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଇନ୍ଦ୍ର ମଣି ମାଝୀ, ସାନନ୍ଦ ଚନ୍ଦ୍ର ସାଗର , କହ୍ନେଇଲାଲ୍ ସାହୁ, ଜସ୍ମିନ ନାଏକ, ସୁନୀଲ୍ ସାହୁ, ପଦ୍ମନାଭ ରଣା ଓ ଜି.କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାର ବିଜୟିନୀମାନଙ୍କୁ ଶୁଚିସ୍ମିତା କୁମାର, ରେଜିୟା କୁମାର, ସୋନାକ୍ଷୀ ଠାକୁର, ପାୟଲ ଦୀପ ଓ ଶୁଭଶ୍ରୀ ସେଠୀଙ୍କୁ ପୁରସ୍କୃତ କରାଯାଇଥିଲା ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...