32.9 C
Balāngīr
Saturday, July 12, 2025

କୋଇଲିସୂତା ମହିମା ଅଲେଖ ଆଶ୍ରମ ରେ କାର୍ତ୍ତିକ ଚତୁର୍ଦ୍ଦଶୀ ଅବସରରେ ଅଖଣ୍ଡ ମହାମନ୍ତ୍ର ଯଜ୍ଞ ଅନୁଷ୍ଠିତ

Must read

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୮/୧୧) : କାର୍ତ୍ତିକ ମାସ କୁ ପୁଣ୍ୟ ମାସ ବୋଲି ଓଡିଶା ର ପୁର ପଲ୍ଲୀ, ସହର ବଜାର, ମନ୍ଦିର, ମଠ ସବୁଠି ପାଳିତ ହେବା ସହିତ ସବୁଠି ଆଧ୍ୟାତ୍ମିକ ଭକ୍ତି ଭାବ ସୃଷ୍ଟି ହୁଏ | ଆଜି କାର୍ତ୍ତିକ ମାସ ପୁଣ୍ୟ ଚତୁର୍ଦ୍ଦଶୀ ଅବସରରେ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ମହିମା ଅଲେଖ ଆଶ୍ରମ ଠାରେ ମଠାଧିଶ ନିରଞ୍ଜନ ଦାସ ଙ୍କ ତତ୍ଵାବଧାନରେ ଅଖଣ୍ଡ ମହାମନ୍ତ୍ର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି |

କୋଇଲିସୂତା ମହିମା ଅଲେଖ ଆଶ୍ରମ ରେ ଆଶ୍ରିତ ଥିବା ସାଧୁ ଓ ଗ୍ରାମରେ ଥିବା ଶିଷ୍ୟ ମାନେ ଆଜି ପ୍ରାତଃ କାଳରୁ ସୁଦ୍ଧ ଚିତରେ ଏହି ଅଲେଖ ମହିମା ମହାମନ୍ତ୍ର ଜପୁଥିବାର ଦେଖିବାକୁ ମିଳିଥିଲା | ମଠାଧିଶ ଙ୍କ ସୂଚନା ଅନୁଯାଇ ଆଜି ପ୍ରାତଃ ରୁ ଆସନ୍ତା କାଲି ପ୍ରାତଃ ୨୪ ଘଣ୍ଟା ଏହି ମହାମନ୍ତ୍ର ଯଜ୍ଞ ହେବା ସହିତ ସନ୍ଧ୍ୟା ସମୟରେ ମହା ଘୃତ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି |

ଏହି ଘୃତ ଯଜ୍ଞ ରେ ରାମଗଡ, ତିଲେଶ୍ୱର, ଧଳପୁର, ସାମ୍ପୋଚ ଆଦି ଅଞ୍ଚଳ ରେ ଥିବା ଭକ୍ତ ସମେତ ବୌଦ୍ଧ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତ ଙ୍କ ସମାଗମ ହୋଇଥିଲା | ଆଶ୍ରମ ରେ ସରକାର ଙ୍କ କୋଭିଡ ନିୟମ କୁ ସମ୍ମାନ କରି ସମସ୍ତ କାର୍ଯ୍ୟକ୍ରମ କରାଯାଉଥିବାର ସୂଚନା ଦେଇଛନ୍ତି ମଠlଧୀଶ ଶ୍ରୀ ଦାସ |

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...