ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୩/୨) : କୋଟଗଡ ଥାନା ଅଂଚଳ ରେ ପୁନଃ ଦ୍ଵିତୀୟ ଥର ପାଇଁ ଲାଲ ବ୍ୟାନର ଓ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ l
କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଲାଲ ବାହିନୀ ପକ୍ଷରୁ ଲାଲ ବ୍ୟାନର ଓ ମାଓ ପୋଷ୍ଟର ଜାରୀ ହୋଇଛି l ବାଘୁନା ଡିଭିଜନାଲ କମିଟି ପକ୍ଷରୁ କହମଗୁଡା ଛକ ନିକଟରେ ଲାଗିଛି ଏକାଧିକ ମାଓ ବେନର ଓ ପୋଷ୍ଟର l ଗତ ସୋମବାର ୧୦ ତାରିଖ ଦିନ କୋଟଗଡ଼ ଥାନା ଜାମଝୋର ଗାଁ ନିକଟରେ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଥିବା ବେଳେ ଆଜି ପୁଣି ଲଗାତାର ଦ୍ଵିତୀୟ ଥର ପାଇଁ ଲାଲ ବେନର ଓ ମାଓ ପୋଷ୍ଟର ଲଗାଇ ଅଂଚଳ ରେ ନିଜ ସ୍ଥିତି ଜାହିର କରିଛି ଲାଲ ବାହିନୀ l ଫେବୃଆରୀ ୧୩ ଓଡିଶା ବନ୍ଦ ଡାକରା କୁ ସଫଳ କରିବାକୁ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଡାକରା ଦେଇଛି l
ଏଥିସହ ୧୩ ଫେବୃଆରୀ ଡିଭିଜନ ବନ୍ଦ ଡାକରା କୁ କନ୍ଧମାଳ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲା ରେ ସଫଳ କରିବାକୁ ଲାଲ ବାହିନୀ ଆହ୍ୱାନ ଦେଇଛି l ଭାଜପା ସରକାର ର ରଣନୈତିକ ଆକ୍ରମଣ ଅପେରସନ “କାଗର ” କୁ ବିରୋଧ କରିଛି ଲାଲ ବାହିନୀ l ଓଡିଶା ଛତିଶଗଡ ସୀମା କୁଲ୍ଲାଡି ଘାଟ ରେ ପୋଲିସ ଦ୍ୱାରା ନିହତ ୧୬ ଜଣ ସାଥି ମାଓବାଦୀ ଙ୍କ ନରସଂହାର କୁ ବିରୋଧ କରିବାକୁ ମାଓବାଦୀ ସଙ୍ଘଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି l ଶହୀଦ ଙ୍କ ରକ୍ତ ଛୁଇଁ ଶପଥ ନେଇ ଶତ୍ରୁ କୁ ହରାଇ ଜନ ଯୁଦ୍ଧ କୁ ତେଜ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ l ତେବେ କୋଟଗଡ଼ ଅଂଚଳ ରେ ଦୀର୍ଘ ଦିନ ପରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଥର ମାଓ ବ୍ୟନର ଓ ପୋଷ୍ଟର ଜାରୀ ନେଇ ଭୟ ର ବାତାବରଣ ସୃଷ୍ଟି ହୋଇଛି l