ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୨୮/୧୨) : ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ହେବ ଆହୁରି ଲୋକପ୍ରିୟ । ଏହି ପାରମ୍ପରିକ ମହାକୁମ୍ଭର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି ।
ଏହି ରାଶି ୧୦ ଲକ୍ଷରୁ ବଢ଼ାଇ କୋଟିଏ କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ । ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ । ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ସମର୍ପିତ ୱେବସାଇଟ୍ ନିର୍ମାଣ କରାଯିବ । LED ପରଦା ମାଧ୍ୟମରେ ପ୍ରଥମର ଥର ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ । ପୂର୍ବ ବର୍ଷମାନଙ୍କରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ମାନ ଏବଂ ସମ୍ୱର୍ଦ୍ଧନା କରାଯିବ ।