32.9 C
Balāngīr
Tuesday, May 20, 2025

କୋରାପୁଟ ଆଣିଛି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସମନ୍ୱିତ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ କୋରାପୁଟ ପାଇଲା ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉତ୍କର୍ଷ ସମ୍ମାନ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

କୋରାପୁଟ/ଭୁବନେଶ୍ୱର, (୨୧/୦୪) : ଆପ୍ର. : ଜନସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମନ୍ୱିତ ବିକାଶ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ନାଗରିକ ପ୍ରଶାସନ ସମ୍ମାନରେ ସମ୍ମାନିତ କରିଛନ୍ତି ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କଠାରୁ ୨୦୨୪ ବର୍ଷ ପାଇଁ ଏହି ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଜାତୀୟ ଖ୍ୟାତି କେବଳ କୋରାପୁଟ ନୁହେଁ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ବିଗତ ୧୮ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ୧୧ଟି ପ୍ରମୁଖ ଯୋଜନାର ସଫଳ ରୂପାୟନ କରି କୋରାପୁଟ ଜିଲ୍ଲା ପ୍ରଶାସନ ଜନଜାତି ସଂପ୍ରଦାୟର ଜୀବନଜୀବିକାରେ ଆଶାତୀତ ଉନ୍ନତି ଆଣି ଅନ୍ତର୍ଭୁକ୍ତି ବିକାଶ ଏବଂ ପ୍ରଗତିର ଏକ ନୂତନ ସୂର୍ଯ୍ୟୋଦୟ ଆଣିପାରିଛି ।

ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଓ ମୁକ୍ତ ବିଜୁଳି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, କିଷାନ କାର୍ଡ, ମିଶନ ଟିକାକରଣ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଘର ଘର ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ଆଣି କୋରାପୁଟ ଜିଲ୍ଲା ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇପାରିଛି ।

ପୁରସ୍କାର ଗ୍ରହଣ କରି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ଏହି ପୁରସ୍କାର କୋରାପୁଟର ପ୍ରତ୍ୟେକ ନାଗରିକଙ୍କ ସତ୍ୟନିଷ୍ଠାତା, ଉତ୍କୃଷ୍ଟତା ଏବଂ ପ୍ରଗତି ପାଇଁ ଥିବା ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହିତ କରିବ । ଏହି ପୁରସ୍କାର ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସତ୍ୟନିଷ୍ଠ ଓ ସାମୂହିକ ପ୍ରୟାସ ତାସହ କଠିନ ପରିଶ୍ରମର ଫଳଶ୍ରୁତି । ଏହି ପୁରସ୍କାର କୋରାପୁଟର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ସମାବେଶୀ ଓ ସମନ୍ୱିତ ବିକାଶ ନିମନ୍ତେ ଥିବା ସେମାନଙ୍କ ପ୍ରଚେଷ୍ଟାକୁ ଅଧିକ ସଶକ୍ତ କରିବ ।

ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ପ୍ରଶାସନ ଏହି ସଫଳତା ହାସଲ କରପାରିିଛି ବୋଲି ସେ କହିଛନ୍ତି । ଏହି ସମ୍ମାନ ଜାତୀୟ ସ୍ତରରେ କୋରାପୁଟର ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ଅନୁପ୍ରାଣିତ କରିବ ଏବଂ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ କୈନ୍ଦ୍ରିକ ପ୍ରଶାସନ ଓ ନାଗରିକମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରିବ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...