32.9 C
Balāngīr
Sunday, July 20, 2025

କୋଲକତା ନୃତ୍ୟ ମେଳା – ୨୦୨୫ ରେ ନୃତ୍ୟଶ୍ରୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ

Must read

ଗୁଣପୁର, (୧/୭) : ଆପ୍ର. : କଳା ଓ ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରିବା ପରମ୍ପରା ବହୁ ପୁରାତନ କାଳରୁ ରହିଛି ।WhatsApp Image 2025 07 01 at 09.22.14 1 କୋଲକତା ନୃତ୍ୟ ମେଳା - ୨୦୨୫ ରେ ନୃତ୍ୟଶ୍ରୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ

ଚଳିତ ବର୍ଷ ନୃତ୍ୟ ଗୁରୁ ମୋୖମିତା ବିଶ୍ଵାସଙ୍କ ଦ୍ଵାରା ସୁଦୂର କୋଲକତା, କାଲିଘାଟ ଯୋଗେଶ ମିମି ଏକାଡେମୀ ଠାରେ ଜାତୀୟ ସ୍ତରୀୟ ନୃତ୍ୟ ମେଳା – ୨୦୨୫ ର ଆୟୋଜନ ହୋଇଥିଲା । ଏହି ଜାତୀୟ ସ୍ତରୀୟ ନୃତ୍ୟ ମେଳାରେ ନୃତ୍ୟଶ୍ରୀ କଳାକେନ୍ଦ୍ର, ଗୁଣପୁରର ତିନି କୁନି ନୃତ୍ୟଶିଳ୍ପୀ ଉପାସନା ଶତପଥି , ସୁନିଧି ରଥ , ସୋନାକ୍ଷୀ ବେହେରା ଓଡ଼ିଶାର ପାରମ୍ପାରିକ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଓଡ଼ିଶାର କଳା ଓ ସଂସ୍କୃତିକୁ ଗୈାରବାନ୍ଵିତ କରିଛନ୍ତି । ଓଡିଶୀ ନୃତ୍ୟ ଆମ ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏଵଂ ଗନ୍ଧର୍ବ କଳା ଓ ଦେବଦାସୀ ନୃତ୍ୟ ଜଗନ୍ନାଥଙ୍କର ଅତି ପ୍ରିୟ । ଆଧୁନିକ ଯୁଗରେ ପୁରୁଣା କଳା ଓ ସଂସ୍କୃତିକୁ ଲୋକେ ଭୁଲି ଯାଉଥିବା ବେଳେ ନୃତ୍ୟଶ୍ରୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଏହି ପରମ୍ପରାକୁ ଆଗେଇ ନେବାର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।WhatsApp Image 2025 07 01 at 09.22.15 କୋଲକତା ନୃତ୍ୟ ମେଳା - ୨୦୨୫ ରେ ନୃତ୍ୟଶ୍ରୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ

କୋଲକତା ଠାରେ ଆୟୋଜିତ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଭାରତର କୋଣ ଅନୁକୋଣରୁ ନୃତ୍ୟ ଶିଳ୍ପୀ ମାନେ ଆସି ନିଜ ନିଜ ପ୍ରଦେଶର ପାରମ୍ପାରିକ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୈାତମ ଦେ (ରିଜୋନାଲ ଡାଇରେକ୍ଟର ଆଇ ସି ସି ଆର , କୋଲକତା) , ଅଭିଜ୍ଞାନ ମୁଖାର୍ଜୀ (ଟଲିଉଡ୍ ଫିଲ୍ମ୍ ଡାଇରେକ୍ଟର), ଵାହାରୁଦ୍ଦିନ ସାହା ( ଏଡ଼ିଟର ଇନ୍ ଚିଫ୍, ଆରମ୍ଭ ପଵ୍ଲିସରସ୍), ଗୁରୁ ମୈାମିତା ବିଶ୍ଵାସ ଓ ବହୁ ନୃତ୍ୟ ଗୁରୁ, ବଙ୍ଗଳା ଅଭିନେତା ଓ ବେସନ ଡିଜାଇନର ଉପସ୍ଥିତ ରହି ନୃତ୍ୟ ଶିଳ୍ପୀ ମାନଙ୍କ ନୃତ୍ୟ ଶୈଳୀ କୁ ପ୍ରଶଂସା କରିଥିଲେ ।

ନୃତ୍ୟଶ୍ରୀ କଳାକେନ୍ଦ୍ରର କୁନିକୁନି ନୃତ୍ୟଶିଳ୍ପୀ ମାନଙ୍କ ଓଡିଶୀ ନୃତ୍ୟ ପରିବେଷଣକୁ ଅତିଥି ମାନେ ପ୍ରଶଂସା କରିବା ସହ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଅଭିଭାବକ ମାନଙ୍କ ଦାୟିତ୍ଵ ଓ ସହଯୋଗ ଏଵଂ ଗୁରୁ ଡ଼ଃ ରିନା ରାଣୀ ସାହୁ ଙ୍କ ତତ୍ବାବଧାନରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଓଡିଶୀ ନୃତ୍ୟ ମାଧ୍ୟମରେ ପ୍ରଚାର ପ୍ରସାର କରିବାର ପ୍ରୟାସକୁ ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...