32.9 C
Balāngīr
Monday, April 28, 2025

କୋଶଳବାଦି ନେତା ଙ୍କ ସାମ୍ବାଦିକ ସମ୍ମିଳନୀ

Must read

ବଲାଙ୍ଗୀର, (୧୭/୦୩) : ଆ.ପ୍ର. : ବଲାଙ୍ଗିର ଜିଲ୍ଲା ଯାଦବ ଭବନ ଠାରେ କୋଶଳବାଦି ନେତା ପ୍ରମୋଦ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶାରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିବାବେଳେ ଜୟନାରାୟଣଙ୍କ ବୟାନକୁ ସାମ୍ବାଦିକ ସମ୍ମିଳନୀରେ ସମର୍ଥନ ଜଣାଇଥିଲେ ପ୍ରମୋଦ ମିଶ୍ର । ସେ କହିଥିଲେ ଯେ ପଶ୍ଚିମ ଓଡ଼ିଶାର ଅନେକ ନେତା କୋଶଳ ଡଙ୍ଗାରେ ବସାଇ ନିର୍ବାଚନ ବୈତରଣୀ ପାର କରୁଛନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସେମାନେ କୋଶଳ ରାଜ୍ୟ କିମ୍ବା ଏହାର ଆନ୍ଦୋଳନ ସମ୍ପର୍କରେ ପଦେ ବି କହୁନାହାନ୍ତି । ଏହା ସେମାନଙ୍କର ଭୟ ନା ସ୍ୱାର୍ଥପରତା ତାହା ଜଣାପଡୁନାହିଁ ବୋଲି କହିଥିଲେ । କୋଶଳ ରାଜ୍ୟ ଆନ୍ଦୋଳନରୁ ଅନେକ ନେତା ତାଙ୍କର ଭବିଷ୍ୟତ ଗଠନ କରିଥିବା ବେଳେ ଏହାକୁ ଆଗକୁ ନେବାର ଆବଶ୍ୟକତା ରହିଛି ।

ତେଣୁକରି ଜୟନାରାୟଣ ମିଶ୍ର ମଧ୍ୟ ଆଗାମୀ ଦିନରେ ବିଧାନସଭା ରେ ଏହି ପ୍ରସଙ୍ଗ ଉତ୍ଥାପନ କରନ୍ତୁ ଏବଂ ପଶ୍ଚିମାଞ୍ଚଳ ର ନେତା ମାନେ ଜୟ ନାରାୟଣ ମିଶ୍ରଙ୍କ ସମର୍ଥନ ରେ ବାହାରନ୍ତୁ ବୋଲି ଦାବି କରିଥିଲେ । ଏହା ସହିତ ବନ୍ଦେ ଉତ୍କଳ ଜନନୀ କୁ ରାଷ୍ଟ୍ରୀୟ ସଙ୍ଗୀତ ର ମର୍ଯ୍ୟାଦା ଦିଆନଯାଉ ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୋଶଳବାଦି ନେତା ପ୍ରମୋଦ ମିଶ୍ର ଅନ୍ୟ ସମସ୍ତ ଦଳର ନେତା ମାନଙ୍କୁ ଚେତାଇ ଦେବା ସହିତ କୋଶଳ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...