ସୁବର୍ଣ୍ଣପୁର , (୨୫/୦୩ – ଆ.ପ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ପିଏମ୍ ଶ୍ରୀ କୋଶଳେଶ୍ୱର୍ ହାଇ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ଓ ପରିଚାଳନା କମିଟି ସଭାପତି ଈଶ୍ୱର ଚନ୍ଦ୍ର ପଲିଆ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ବାବୁଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଝସକେତନ୍ ବଘାର ମୁଖ୍ୟ ଅତିଥି , ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ଏବଂ ସଙ୍ଗୀତକାର ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଏବଂ ଇଂରାଜୀ ଅଧ୍ୟାପକ ମଧୁସୂଦନ ପୂଜାରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଚକାନୟନ ମେହେର ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ଖେଳ ଶିକ୍ଷକ ଚୌଧୁରୀ ବିଭାର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଶିକ୍ଷୟିତ୍ରୀ ନନ୍ଦିନୀ ମାହାଣା, ସ୍ନେହଲତା ଖେତି,ସଂଯୁକ୍ତା ଦାସ,ସଞ୍ଜୟ ପ୍ରଧାନ,ମାନସ ରଞ୍ଜନ ଭୋଇ,ପୁଷ୍ପାଞ୍ଜଳି ନାୟକ,ଆଦିତ୍ୟ କିଶୋର ପାଢ଼ୀ,ନିବେଦିତା ମିଶ୍ର,ନିହରିକା ମିଶ୍ର,ନର୍ମଦା ପାତ୍ର ,ମାନସୀ ରାଣୀ,ସଂଯୁକ୍ତା ଗାଇଗୌରିଆ,ବାଳମୁକୁନ୍ଦ ସେଠି ,ଚମାର ବାଘ ପ୍ରମୁଖ ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ। ଛାତ୍ରୀମାନଙ୍କର ଦ୍ଵାରା ସ୍ବାଗତ ସଙ୍ଗୀତ ଏବଂ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ୧୫୦ ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଗଲା।ପରିଚାଳନା କମିଟି ସଭ୍ୟ ମନୋଜ ପଲିଆ,ଗିରିଶ୍ଚନ୍ଦ୍ର ଭରାସାଗର,ଅର୍ଜୁନ କୁଶଳ,ତଥା ସମସ୍ତ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସମସ୍ତ ମାତା ପିତା ଏବଂ ଗ୍ରାମବାସୀ ବୃନ୍ଦ ଏହି ସମାରୋହରେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।