ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୧/୧୨) : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଲଘୁଚାପ ଜନିତବର୍ଷା କୁକୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି ।
ଫଳରେ ରାତି ହେଉ କି ଦିନରେ ପ୍ରବଳ ଶୀତବା ଥଣ୍ଡା ଅନୁଭୂତ ହେଉଛି । ସବୁ ଆଡ଼େ ପାଗ ମେଘୁଆ ଓ ଝିପି ଝିପି ବର୍ଷା ଘେରି ରହିଛି । ଫଳରେ ଲୋକ ମାନେ ବହୁ ଶୀତ, ବା ଥଣ୍ଡା, ପାଇଁ ହନ୍ତସନ୍ତ ହୋଇଛନ୍ତି। ସେପଟେ ରାସ୍ତା ଘାଟ ସହ ବଜାରଘାଟ ଜନଶୂନ୍ୟ ହୋଇପଡ଼ିଥିଲା ଭଳି ଲାଗୁ ଛି।ସେହିପରି କୋହଲା ପାଗ ହେତୁ ଲୋକଙ୍କ ଜରୁରୀ କାମ ନ ପଡ଼ିଲେ ଘରୁ ବାହାରୁ ନାହାନ୍ତି । ଦୋକାନ ବଜାର ମଧ୍ୟ ଖାଁ, ଖାଁ, ଲାଗୁ ଅଛି ।