32.9 C
Balāngīr
Saturday, July 12, 2025

କୋହଲା ଯାତ୍ରାରେ ମନମୋହୁଛି ଦାସୁଡୁ ନୃତ୍ୟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୨/୦୬) : ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ଵାମୀଙ୍କ କୋହଲା ଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଣବୁଲ୍ଲାପଲ୍ଲୀ ଗାଁରେ ପ୍ରତିବର୍ଷ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଏହି ଯାତ୍ରାରେ ଗୁରୁ ସତ୍ୟମ୍ ଙ୍କ ଦ୍ଵାରା କୋହଲା ନୃତ୍ୟ ପ୍ରଦର୍ଶିତ ହୋଇଥାଏ। ଯାହାକୁ ଦେଖିବାକୁ ଅଗଣିତ ଭକ୍ତଙ୍କର ଭିଡ ଜମିଥାଏ। ଏହି ଯାତ୍ରା ମହୋତ୍ସବରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ଏଥିରେ ଅଂଶ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇ ସମ୍ୱର୍ଦ୍ଧିତ ହୋଇଥିଲା । କୋହଲା ନୃତ୍ୟ ପ୍ରଦର୍ଶନରେ ଦର୍ଶକ ମାନେ ଭାବ ବିହ୍ୱଳ ହୋଇପଡୁଥିଲେ । ସମସ୍ତ ଗ୍ରାମବାସୀ ରାତି ସାରା ପ୍ରଭୁ ଶ୍ରୀହରିଙ୍କୁ ଆରାଧନା କରିବା ସହ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ନାମ ଜପକରି ନିଜ ନିଜକୁ ତାଙ୍କ ନିକଟରେ ସମର୍ପି ଦେଇଥିଲେ। ଯାହାକି ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା ।

ତେବେ ଦକ୍ଷିଣ ଭାରତରେ ପ୍ରଚଳିତ ବୈଷ୍ଣବ ଧର୍ମ ପରମ୍ପରାରେ ଏହି ସେବାୟତ ଦଳଙ୍କ ଦ୍ଵାରା ପରିଚାଳିତ ଦାସୁଡୁ ନୃତ୍ୟ ଏକ ମହାନ୍ ପରମ୍ପରା ସୃଷ୍ଟି କରିଥାଏ । ଠାକୁରଙ୍କର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ବ୍ରହ୍ମ ଉତ୍ସବ ଓ ବଡ଼ ବଡ଼ ଉତ୍ସବାନୁଷ୍ଠାନ ମାନଙ୍କରେ ଏହି ନୃତ୍ୟ ପରିବେଷଣ କଲେ ଠାକୁର ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଓଡିଶାରେ ପ୍ରଚଳିତ ଥିବା ବହୁ ବୈଷ୍ଣବ ସମ୍ମତ ଦେବସ୍ଥାନ ମାନଙ୍କରେ ମଧ୍ୟ କୋହଲା ବା ମଶାଲ ଜାଳି ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କର ଦlସୁଡୁ ନୃତ୍ୟ ଅଦ୍ୟାବଧି ପ୍ରଚଳିତ ରହିଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...