କାଶୀନଗର, (୨୦/୦୪) : ସ୍ଥାନୀୟ ବାରାଣସୀ ସରକାରୀ ହାଇସ୍କୁଲ ଖେଳ ପଡିଆରେ କାଶୀନଗର ଫ୍ରେଣ୍ଡ୍ସ କ୍ରିକେଟ୍ କ୍ଲବ୍ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି l
ଉଦ୍ଘାଟନୀ ସମାବେଶରେ ଏନ୍ ଏ ସି ଅଧ୍ୟକ୍ଷା ଏମ୍ . ସୁଧାରାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇ ଆଇ ସି ସୁନୀଲ କୁମାର ବେହେରା, କାଶୀନଗର ନାଗରିକ ମହାସଭା ସଭାପତି ପ୍ରଶାନ୍ତ ମିଶ୍ର, ବରିଷ୍ଠ ନାଗରିକ ହୃଷିକେଶ ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଂଚାସୀନ ହୋଇ ବକ୍ତବ୍ୟ ରଖିଥିଲେ l କ୍ଲବ୍ ସଭାପତି ରାଜେଶ ମିସାଲ ଓ କର୍ମକର୍ତ୍ତା ପାର୍ଥସାରଥୀ, ବେଣୁ , ଭଗବାନ ପ୍ରଭୃତିଙ୍କ ସୂତ୍ରରୁ ପ୍ରକାଶ ଯେ , କାଶୀନଗର ବ୍ଲକ୍ ଓ ଏନ୍ ଏ ସିର ୧୦୦ ଯୁବ କ୍ରିକେଟର ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି l ପ୍ରିମିୟମ୍ ଲିଗ୍ ର ଫାଷ୍ଟ ସିଜନରେ ପ୍ରତି ଟିମ୍ ୩ ଲିଗ୍ ମ୍ୟାଚ୍ ଖେଳିବେ l ସେମି ଫାଇନାଲ୍ ୪ ଟିମ୍ କୁ ନେଇ ଅନୁଷ୍ଠିତ ହେବ l
ମେ’ ପହିଲାରେ ଫାଇନାଲ୍. ପ୍ରଥମ ଦିନର ପ୍ରଥମ ମ୍ୟାଚ୍ ସୁପର ଷ୍ଟ୍ରାଇକେର୍ସ ଓ ପି ଏଚ୍ ଏସ୍ ଚାଲେଞ୍ଜେର୍ସ ମଧ୍ୟରେ ଓ ଦ୍ଵିତୀୟ ମ୍ୟାଚ୍ ଏ ବି ଟାଇଗର୍ସ ଏବଂ ମନପୁଲ୍ ସୁପର କିଂଗ୍ସ ମଧ୍ୟରେ ଖେଳା ଯାଉଛି l କାଶୀନଗର ଅଂଚଳର ଲୁକ୍କାୟିତ କ୍ରିକେଟ୍ ପ୍ରତିଭାମାନକୁ ଖେଳିବାର ସୁଯୋଗ ଦେବା ସହ ଆଗକୁ ବଢିବାର ବାଟ ଦେଖାଇବା ଉକ୍ତ ଟୁର୍ଣାମେଣ୍ଟର ଉଦ୍ଦେଶ୍ୟ l