32.9 C
Balāngīr
Tuesday, July 15, 2025

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ ଠାରେ ପ୍ରଦର୍ଶିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୪/୦୨) : ମୁରିବାହାଲ ମଣ୍ଡଳ ଅଧିନସ୍ଥ ଆଞ୍ଚଳିକ ସାଧନ କେନ୍ଦ୍ର ସିରୋଲ କ୍ଲଷ୍ଟର୍ ସ୍ତରୀୟ ନିପୁଣ ଓଡି଼ଶା ମେଳା ୨୦୨୫ କାର୍ଯ୍ୟକ୍ରମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ ଠାରେ ଶୁକ୍ରବାର ପ୍ରଦର୍ଶିତ ହୋଇଯାଇଛି lWhatsApp Image 2025 02 14 at 19.08.39 କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ ଠାରେ ପ୍ରଦର୍ଶିତ

ଅନୁଷ୍ଠିତ କାର୍ଯ୍ୟ କ୍ରମରେ କ୍ଲଷ୍ଟର୍ ଅଧିନସ୍ଥ ସମସ୍ତ ୧୫ ଗୋଟି ବିଦ୍ୟାଳୟର ଏଫଏଲଏନ ଗ୍ରେଡ଼ (ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର) ପ୍ରତିଯୋଗୀ ଛାତ୍ର ଛାତ୍ରୀ ନିଜ ନିଜର ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆଧାରିତ ଟିଏଲଏମ ଗୁଡି଼କ ତିଆରି କରି ଆଣି ବିଭିନ୍ନ ଷ୍ଟଲ୍ ମଧ୍ୟରେ ସଜାଇ ପ୍ରଦର୍ଶନ କରି ଅଂଶ ଗ୍ରହଣ କରିଥିଲେ l

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର୍ କୁମାର ନାଗ୍ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ତେନ୍ତୁଳୀଖୁଣ୍ଟି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅନଙ୍ଗ ବେହେରା, ସମ୍ମାନୀୟ ଅତିଥି ଭାବେ ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ୟାମ ସୁନ୍ଦର ପଧାନ୍, ବରିଷ୍ଠ ଶିକ୍ଷୟିତ୍ରୀ ଆନନ୍ଦିନୀ ଥନାପତି, ଆଲୁମ୍ନି କମିଟି ସଭାପତି ରୂପଧର୍ ବଗର୍ତି, ବେଲପଦର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରମଣୀ ସାହାଣୀ, ପ୍ରାଥମିକ ବିଦ୍ୟାଳୟ ଟିକ୍ରାପଡ଼ାର ପ୍ରଧାନ ଶିକ୍ଷକ ନରସିଂହ ସାହୁ ମଞ୍ଚାସିନ ଥିଲେ I କ୍ଲଷ୍ଟର ଅଧିନସ୍ତ ସମସ୍ତ ୧୫ ଟି ବିଦ୍ୟାଳୟର ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ/ଅଭିଭାବିକା ଯୋଗ ଦେଇଥିଲେ lWhatsApp Image 2025 02 14 at 19.08.41 କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ ଠାରେ ପ୍ରଦର୍ଶିତ

ସିରୋଲ୍ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପ୍ରୋତ୍ସାହନ ନିମନ୍ତେ ସମସ୍ତଙ୍କୁ ଖାତା ଓ ପେନସିଲ୍ ପ୍ରଦାନ କରାଯାଇଥିଲା l ସହକାରୀ ଶିକ୍ଷକ ଜଗଦୀଶ ସୁନା ଭୋଜନ ବ୍ୟବସ୍ଥା ତୁଲାଇଥିଲେ l ସହକାରୀ ଶିକ୍ଷକ ଲିଲୁ ମୋହନ ପଧାନ ସଂଯୋଜନା କରିଥିବାବେଳେ ଶ୍ରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...