32.9 C
Balāngīr
Friday, April 25, 2025

କ୍ୟାପିଟାଲ ହସ୍ପିଟାଲ ଭିତରେ କର୍ମଚାରୀଙ୍କ ଆତ୍ମହତ୍ୟା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୨) : କ୍ୟାପିଟାଲ ହସ୍ପିଟାଲ ଭିତରେ ଆତ୍ମହତ୍ୟା କରିଛନ୍ତି ଜଣେ କର୍ମଚାରୀ। ହସ୍ପିଟାଲର ଏକ୍ସରେ ପ୍ରକୋଷ୍ଠ ଭିତରୁ ସମ୍ପୃକ୍ତ କର୍ମଚାରୀଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ ।

ମୃତ କର୍ମଚାରୀଙ୍କ ନାମ ପ୍ରଭାତ ମହାନ୍ତି ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୭ ବର୍ଷ। ସେ ଏଠାରେ ଏକ୍ସରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ପ୍ରଭାତଙ୍କୁ ଝୁଲନ୍ତା ଅବସ୍ଥାରେ ଅନ୍ୟ କର୍ମଚାରୀମାନେ ଦେଖିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି କାଜୁଆଲଟିକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...