ବାଲିଗୁଡା, (୯/୩) : ଆପ୍ର. : କନ୍ଧମାଳ ଜିଲ୍ଲା କ.ନୂଆଗାଁ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ଅଷ୍ଟ ଶମ୍ଭୁ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ସହ ଶାନ୍ତିପୂର୍ଣ୍ଣ ଭାବେ ଏହି ଶମ୍ଭୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଛି l ଏଥିରେ କ. ନୂଆଗାଁ, ଲେତିଙ୍ଗିଆ, କିଲୁପଡା, ବାଲିଗାଡା, ଗୋଚ୍ଛାପଡା,ନୂଆପଡା, କରଣ୍ଡାଗଡ଼, ଶ୍ରୀପଲ୍ହା କାଲିପାଙ୍ଗା ମୋଟ ଆଠ ଗୋଟି ଦଣ୍ଡଥଳ ଏହି ଐତିହାସିକ ଶମ୍ବୁ ମିଳନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଅଷ୍ଟ ଶମ୍ବୁ ମହାମିଳନ ସମାରୋହ ଉପଲକ୍ଷେ ସାମିଲ ହୋଇଥିବା ପ୍ରତ୍ୟେକ ଦଣ୍ଡ ଥଳ କୁ ରୀତିକ୍ରାନ୍ତି ଅନୁସାରେ ବରଣ କରାଯାଇଥିଲା l ପରେ ଧୂଳି ଦଣ୍ଡ, ପାଣି ଦଣ୍ଡ ପରେ ସ୍ଥାନୀୟ ବଜାର ନିକଟରେ ଅଷ୍ଟ ଶମ୍ବୁ ଙ୍କ ମହା ମିଳନ ହୋଇଥିଲା l
ଆଠ ଥଳି ଶମ୍ବୁ ଙ୍କ ଏହି ଦୁର୍ଲଭ ମହାମିଳନ ଦର୍ଶନ ନିମନ୍ତେ କ.ନୂଆଗାଁ ସମେତ ଆଖପାଖ ଅଂଚଳ ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା l ଶମ୍ବୁ ମିଳନ ସମୟରେ ଢୋଲ, ମହୁରୀ, ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା କ.ନୂଆଗାଁ ଅଂଚଳ l ଶିବ ଶକ୍ତି ଙ୍କ ଏହି ମହା ମିଳନ ଦର୍ଶନ କରି ବେଶ ଭାବ ବିହ୍ଵଳ ହୋଇଥିଲେ ଦୂର ଦୁରାନ୍ତ ରୁ ଆସିଥିବା ହଜାର ହଜାର ଭକ୍ତ l
ତେବେ ଶୃଙ୍ଖଳିତ ଦର୍ଶନ ସହ ହଜାର ହଜାର ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ପଞ୍ଚୁ ଦଣ୍ଡ ପରିଚାଳନା ସମିତି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା l ଏଥିରେ ପଞ୍ଚୁଦଣ୍ଡ କମିଟି ସଭାପତି ରଜନୀକାନ୍ତ ସାହୁ କାର୍ଯ୍ୟକାରୀ ସଭାପତି କାର୍ତିକ ପ୍ରଧାନ ସମ୍ପାଦକ କାଲିପ୍ରସାଦ ତ୍ରିପାଠୀ,ସହ ସମ୍ପାଦକ ଆଲୋକ କୁମାର ଦୋରା କୋଷାଧ୍ୟକ୍ଷ ସୁଶୀଲ କୁମାର ପାତ୍ର ସମେତ କର୍ମକର୍ତ୍ତା ମହିଳା ଗୋଷ୍ଟୀ ସହଯୋଗ କରିଥିଲେ l