32.9 C
Balāngīr
Monday, April 28, 2025

ଖଣିଜ ପଦାର୍ଥ ବେଆଇନ ଭାବରେ ଲୁଟ ହେଉଥିବା ଅଭିଯୋଗ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳ ରେ ଥିବା ଖଣିଜ ପଦାର୍ଥ ବେଆଇନ ଲୁଟ ନେଇ ଗତକାଲି ବିରୋଧୀ ବିଜେଡି ଦଳ ର ଜିଲ୍ଲା ଉପ-ସଭାପତି ଏକ ସାମ୍ବାଦିକ ସମ୍ବିଳନୀ ରେ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉ କି ବୀରମହାରାଜପୁର ବ୍ଲକ ମହାନଦୀ ତଟ ରେ ଥିବା ବେଳେ ମହାନଦୀ ରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ସହ ବୀରମହାରାଜପୁର ଉପାନ୍ତ ଅଞ୍ଚଳ ରୁ କିଛି ମୁଷ୍ଟି ମେୟ ବ୍ୟକ୍ତି ବେଧଡକ ଭାବରେ ଖଣିଜ ପଦାର୍ଥ ଲୁଟ କରୁଥିବା ବେଳେ ଖଣି ବିଭାଗ ଅଧିକାରୀ ଙ୍କ ଜାଣତ ରେ ଲୁଟ ହେଉଥିବା ଜିଲ୍ଲା ବିଜେଡି ଉପ ସଭାପତି କିଶୋର କୁମାର ହୋତା ଅଭିଯୋଗ କରିଛନ୍ତି ଏବଂ ଏହି ଖଣିଜ ପଦାର୍ଥ ଲୁଟ ରେ ସହଯୋଗ କରୁଥିବା ଖଣି ଅଧିକାରୀ ଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ୱାଦିକ ସମ୍ବିଳନୀ ମାଧ୍ୟମରେ ସରକାରଙ୍କ ଠାରେ ଦାବି କରିଛନ୍ତି । ସୂଚନା ଥାଉ କି ଗତ ୨୪ ବର୍ଷ ବିଜେଡି ସରକାର ସମୟ ରେ ତତ୍କାଳୀନ ସ୍ଥାନୀୟ ବିଧାୟକ ଙ୍କ ଛତ୍ର ଛାୟା ତଳେ ରହି ମହାନଦୀ ରୁ ଦୀର୍ଘ ଦିନ ହେବ ବେଆଇନ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉପାନ୍ତ ଅଞ୍ଚଳ ରୁ ବେଆଇନ ଭାବେ ଖଣି ଲୁଟ ହେଉଥିବା ନେଇ ବାରମ୍ବାର ବିଭିନ୍ନ ଗଣ ମଧ୍ୟମ ରେ ଖବର ପ୍ରକାଶ ହୋଇଥିଲେ ମଧ୍ୟ ତତ୍କାଳୀନ ସରକାର ଦୃଷ୍ଟି ଦେଇ ନ ଥିଲେ ।

ରାଜ୍ୟ ରେ ବର୍ତ୍ତମାନ ନୂତନ ସରକାର ଗଠନ ହେବା ପରେ ଖଣିଜ ପଥର ଲୁଟ କୁ ବନ୍ଦ କରିବା ସହିତ ବେଆଇନ ଲୁଟ କରୁଥିବା ଖଣି ରେ ଚଢାଉ କରି କିଛି ମେସିନ ଓ ଗାଡ଼ି କୁ ଖଣି ବିଭାଗ ର ଜବତ୍ ପରେ ବିଜେଡି ଦଳ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖାଯାଇଛି । ଏ ନେଇ ଦଳ ତରଫ ରୁ ଏକ ସାମ୍ବାଦିକ ସମ୍ବିଳନୀ ରେ ଡବଲ ଇଞ୍ଜିନ ସରକାର ର ମୁଖ୍ୟମନ୍ତ୍ରୀ ସମସ୍ତ ଦୁର୍ନୀତି କୁ ବନ୍ଦ ନେଇ ଗଣମାଧ୍ୟମ ରେ ଦେଉଥିବା ବିବୃତି ର କିଛି ମାନେ ନ ଥିବା କହିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ବୀରମହାରାଜପୁର ଅଞ୍ଚଳ ରେ ଥିବା ଖଣିଜ ପଦାର୍ଥ ଲୁଟ କୁ ବନ୍ଦ କରିବାକୁ ଦାବି କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...