ତା. ୨୪/୦୬/୨୦୨୫ ରିଖ
- ରାଜ୍ୟରେ ଆସନ୍ତା ସପ୍ତାହେ ଯାଏଁ ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ।
- ସ୍ନାତକୋତ୍ତର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ, ୭୫୨୯ ଯୋଗ୍ୟ ବିବେଚିତ, ଜୁଲାଇ ୧୦ରୁ ହେବ ପାଠପଢ଼ା।
- ଆଠବର୍ଷ ହେବ ବନ୍ଦ ରହିଛି ଛାତ୍ର ନିର୍ବାଚନ। ଏବେ କ୍ୟାମ୍ପସରେ ପୁଣି ଆରମ୍ଭ ହେବ ଛାତ୍ର ରାଜନୀତି।
- ସରକାରଙ୍କ ନୂଆ ନିର୍ଦ୍ଦେଶନାମା, ଫେରସ୍ତ ହେବ ଚାକିରି ପ୍ରବେଶିକା ପରୀକ୍ଷା ଫି’।
- ବାସ୍ତବ ସମୟର ଶିଶୁ କଲ୍ୟାଣ ନିରୀକ୍ଷଣ ପାଇଁ ‘ଆମରି ଶିଶୁ’ ୱେବ୍ ପୋର୍ଟାଲ୍ର ଶୁଭାରମ୍ଭ
- ପୁରୀ ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀ ଜଗନ୍ନାଥଙ୍କ ମୋଦକ ଚୋରି ହେଇଗଲା। ବଳକା ମାରା ମୋଦକ ଲାଗି ହେଲା।
- ଯୋରନ୍ଦା ଗାଦିରେ ବଜ୍ରାଘାତରେ ମନ୍ଦିର ଦଧିନଉତି ଭାଙ୍ଗିଲା, ୧୦ ବର୍ଷ ମଧ୍ୟରେ ତୃତୀୟ ବଜ୍ରାଘାତ।
- ଗଞ୍ଜାମ ଆସ୍କାରେ ମୁଖ୍ୟମନ୍ତ୍ରୀ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ।
- ଗଂଜାମ ଜିଲ୍ଲା ଆସିକା ଚିନିକଳକୁ ଖୋଲିବା ପାଇଁ ସରକାର ଚେଷ୍ଟା କରିବେ। ଚାଷୀଙ୍କୁ ଦେଲେ ଆଶ୍ୱାସନା।
- ରାଜ୍ୟରେ ଥିବା ବିଭିନ୍ନ ଲଭର୍ସ ପଏଣ୍ଟରେ ଯୋଡି ମାନଙ୍କୁ ସରକାର ସୁରକ୍ଷା ଦେବେ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
- ରଥଯାତ୍ରା ପୂର୍ବରୁ ରେଳ ସୁରକ୍ଷା ସମୀକ୍ଷା ବୈଠକ। ଟ୍ରେନରେ ବନ୍ଧୁକ ଚୋରା ଚାଲାଣ ନେଇ ଆଶଙ୍କା।
- ଅନୁଗୁଳର କଣିହାଁ, ତାଳଚେର ଓ ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ୧୮ଟି ବାଲିଘାଟରୁ ନିୟମିତ ବାଲି ଚୋରି। ଆଖି ବୁଜିଛି ପ୍ରଶାସନ।
- କେନ୍ଦୁଝର ପାଟଣାରେ ଟଙ୍କା ବୋଝେଇ ଭ୍ୟାନ୍ ସହ କାର ମୁହାଁମୁହିଁ ଧକ୍କା, ମହିଳା ମୃତ।
- ରାୟଗଡା ବିଷମକଟକରେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ
- ଭଦ୍ରକରେ ପୋଲିସ ଦ୍ୱାରା ୧୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ମହିଳାଙ୍କ ସହ ୩ ଗିରଫ।
- ରାଜଧାନୀ ଭରତପୁର ବୋମାମାଡ଼ ଅଭିଯୁକ୍ତ ଧରାହେଲା। କମ୍ପାନିରୁ ବାହାର କଲେ ବୋଲି ଏମିତି କରିଥିଲା
- ଓଡ଼ିଶା ଗସ୍ତରେ ଥିବା ଦିଲ୍ଲୀ ଯୁବତୀଙ୍କୁ ଯାଜପୁରରେ ଅସଦାଚରଣ। ପୁଲିସର ନିଷ୍କ୍ରିୟତା ନେଇ ଉତ୍ତେଜନା
- କଟକ ଚାଉଳିଆଗଞ୍ଜ ବିଟେକ୍ ଛାତ୍ର କ୍ରିପ୍ଟୋରେ ସର୍ବସ୍ୱାନ୍ତ, ନିଜ ଅପହରଣ ନାଟକ ରଚିଲେ।
- ମୟୁରଭଞ୍ଜ କୁଳିଅଣା ଜାତୀୟ ରାଜପଥ ଜଗନ୍ନାଥପୁର ନିକଟରେ ଟଙ୍କା ଛଡ଼ାଇବାକୁ ବିଫଳ ହେବାରୁ ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ
- ଓଡ଼ିଶାରେ ଟ୍ରେଡିଂ ଆଳରେ ୫୪ଲକ୍ଷ ଟଙ୍କା ଠକେଇ ମାମଲାରେ ଜେଲ୍ ଗଲା ମାଲାୟଲାମ୍ ଅଭିନେତା ପ୍ରସାଦ ବାଲାନ୍।
- ଉତ୍ତରାଖଣ୍ଡରେ ଭୂସ୍ଖଳନ। ଜଣେ ତୀର୍ଥଯାତ୍ରୀ ଗୁରୁତର, ୨ ଜଣ ପଥର ତଳେ ଚାପି ରହିଥିବା ସନ୍ଦେହ
- ମହାରାଷ୍ଟ୍ର ପୁନେରେ ଲଡ଼ୁରୁ ବାହାରିଲା ମଣିଷର କଟା ଆଙ୍ଗୁଳି। ଗ୍ରାହକଙ୍କ ପରିବାର ଅସୁସ୍ଥ ହୋଇ ହସପିଟାଲରେ
- ତେଲେଙ୍ଗାନାର କୁର୍ଣ୍ଣୁଲରେ ବିବାହର ୩୦ଦିନ ପରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ମାଆ ବି ଜଡିତ।
- ଏଥର ଗୁଗୁଲ ପେ ଓ ଫୋନ ପେ ଜରିଆରେ ନେଇହେବ ଲୋନ
- ହେଡିଂଲି କ୍ରିକେଟ ଟେଷ୍ଟରେ ରାହୁଲ, ପନ୍ଥଙ୍କ ଶତକ, ଇଂଲଣ୍ଡର ବିଜୟ ଲକ୍ଷ ୩୭୧।
- ପାକିସ୍ତାନର ଧମକ, ସିନ୍ଧୁ ପାଇଁ ଯୁଦ୍ଧ କରିବୁ କହିଲେ ବିଲାବଲ ଭୁଟୋ।
- ଆମେରିକାକୁ ଇରାନର ଜବାବ। କାତାର ସ୍ଥିତ ଆମେରିକାର ସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼ କଲା।
- ତେଲ ଯୋଗାଣ ରାସ୍ତା ବନ୍ଦ କରିବ ଇରାନ। ବଢିବ ପେଟ୍ରୋଲ ଓ ଡିଜେଲ ଦାମ
====================== - ଆଜି ଜନ୍ମଦିନ: ଗୌତମ ଆଦାନୀ, ଅନିତା ଦେଶାଇ, ଶୁଭମ ଷଡଙ୍ଗୀ (ଫୁଟବଲ)
- ଆଜି ତିରୋଧାନ: ସଂଯୁକ୍ତା ପାଣିଗ୍ରାହୀ, ଭିଭି ଗିରି
- ଇତିହାସରେ ଆଜି ଦିନ: (୧୯୬୬) ମୁମ୍ବାଇ ନ୍ୟୁୟର୍କ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୭ ମୃତ/ (୧୯୯୦) ଭାରତର ଟ୍ୟାଙ୍କ ବିଧ୍ଵଂସୀ ମିସାଇଲ ନାଗ ର ସଫଳ ପରୀକ୍ଷା/ (୧୯୮୯) ବୋଫର୍ସ ଦୁର୍ନୀତି ବିରୋଧରେ ଅନେକ ସାଂସଦ ଇସ୍ତଫା ଦେଲେ/ (୧୮୧୨) ଋଷିଆ ଉପରେ ଆକ୍ରମଣ କଲେ ନେପୋଲିୟନ/ (୧୯୩୯) ସିଆମ ଦେଶର ନାମ ଥାଇଲାଣ୍ଡ ହେଲା
=======================
🌱 ଗଛଟିଏ ଲଗାନ୍ତୁ🌱
ବନ୍ଦେ ଉତ୍କଳ ଜନନୀ