32.9 C
Balāngīr
Sunday, July 20, 2025

ଖୁଣ୍ଟିଗୋରାରେ ବରୁଳ ଯାତ୍ରା ବା ଅରୁଆ ପକା ପର୍ବ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ,(୨୦/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାରେ ବରୁଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁଦୁର୍କା ପ୍ରଗଣାର ମୁଖ୍ୟ ପର୍ବ ଭାବରେ କାହିଁ କେତେ ପୁରୁଷରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତିବର୍ଷ ଆଶ୍ବିନ ମାସ କୁମାର ପୂର୍ଣ୍ଣିମା ଦିନ ଏହି ଯାତ୍ରା ପ୍ରବଳ ଜନ ସମାଗମରେ ପାଳିତ ହୋଇ ଆସୁଅଛି ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଠାକୁରଙ୍କ ପୂଜାକରି ଠାକୁରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ମଣନ୍ତି ଅଞ୍ଚଳବାସୀ । ଏହି ଖୁଣ୍ଟିଗୋରାରେ ବରୁଳ ଯାତ୍ରା ପର୍ବ କୃଷି ସହିତ ସମ୍ପୃକ୍ତ ଥିବାରୁ ଅଞ୍ଚଳବାସୀ ଯେତେବେଳ ଏହି ସମୟରେ ଧାନ ଅମଳ କରିଥାନ୍ତି ସେମାନେ ତାଙ୍କର ପ୍ରଥମ ବୀଜକୁ ଠାକୁରଙ୍କ ନିକଟରେ ଅର୍ପଣ କରିଥାନ୍ତି ତେଣୁ ଏହି ପର୍ବକୁ ଅରୁଆ ପକା ପର୍ବ ମଧ୍ୟ କହିଥାନ୍ତି । ଯାତ୍ରା ପୂର୍ବଦିନ ଠାକୁର ପୂଜକ ସନ୍ତୋଷ ଝାଙ୍କର ହଳଦୀ ମିଶ୍ରିତ ଅରୁଆ ଚାଉଳରେ ଠାକୁରଙ୍କୁ ବରଣ କରିଥାନ୍ତି ଓ ରାତି ନିଷ୍ଠାର ସହିତ ରହିଥାନ୍ତି । ପୂର୍ଣ୍ଣିମା ଦିନ ବରୁଆଙ୍କୁ ଆଜ୍ଞାମାଳ ଦେବାପରେ ଠାକୁର ଲାଗିଥାନ୍ତି । ଠାକୁର ଲାଗିବା ପରେ ଘଣ୍ଟ, ଢୋଲ, ନିସାନ, ଲୁହା, ଛତିଛତ୍ର ଆଦି ଧରି ଘରଘର ବୁଲି ଠାକୁର ଗୁଡି ବା ଖଳା ନିକଟକୁ ଯାଇଥାନ୍ତି ।

ବିଭିନ୍ନ ଗ୍ରାମରୁ ବରୁଆମାନେ ଆସି ପହଞ୍ଚିବା ପରେ ଚେରେମୁଣ୍ତା ଅଞ୍ଚଳର ବନ୍ଧରୁ ପବିତ୍ର ଜଳ ଆଣି ଠାକୁର ଶୁଭକାର୍ଯ୍ୟ ଆରମ୍ଭ କରିଥାନ୍ତି । ପ୍ରଥମେ ବରୁଳ ଦେବତାଙ୍କୁ ମୁଖ୍ୟ ଦେବତା ଭାବରେ ପୂଜା କଲାପରେ ଭୀମ, ଶୁଳିଆ, ଦଶମତି, ସିକେରପାଟ, ପୋଡାପାଟ, ପେଞ୍ଜିପାଟ, ପାଟଖଣ୍ତା, ସୁନାଦେଇ, ଧନଦେଇ, ମନଦେଇ, ଚିର୍ଣ୍ଣିଦେଇ, ଡିମୁଲ, ଭୁଆସେନ ଆଦି ଦେବା ଦେବୀଙ୍କୁ ପୂଜା କରାଯାଇଥାଏ । ଠାକୁରଙ୍କୁ ପୂଜାପାଇଁ ଖଇଲିଆ, ମୁଆଁ, ନଡିଆ, ଅରୁଆ ଚାଉଳ ଆଦି ଭୋଗ ଲଗାଯାଏ । ଭକ୍ତମାନେ ନିଜର ମାନସୀକ ପୂରଣ ହେଲେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗ ରୂପେ ବୋଦା, କୁକୁଡା, ପୋଢ ଆଦି ବଳି ଦେଇଥାନ୍ତି । ଜୟ ଭୋଇ, ଦିର୍ବ ଭୋଇ, ଦୁଃଶାସନ ଭୋଇ, ଶ୍ରୀପତି କବାଟ ଓ ଭୁତୁଲୁ କାସଲେ ଆଦି ବରୁଆଙ୍କ ଦେହରେ ବିଭିନ୍ନ ଦେବାଦେବୀ ସବାର ହୋଇଥାନ୍ତି ।

ପୂଜା ଶେଷ ହେବାପରେ ରାତିରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ତଥା ଦୂରଦୂରାନ୍ତରରୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏହି ଯାତ୍ରା ସମାପ୍ତ ହେବାର ସାତ ଦିନପରେ ବରୁଳ ଦେବତାଙ୍କ ଭୁଆସେନଙ୍କୁ ପାରା ଏବଂ ଧଳା କିମ୍ବା କଳା ରଙ୍ଗର ମାଈଛେଳି ବଳି ଦେବାର ପ୍ରଥା ଚଳି ଆସୁଛି । ସେହିପରି ମସିଣାଗୋରା ବରୁଳ ପୀଠରେ ମଧ୍ୟ ଉକ୍ତ ଯାତ୍ରା ପାଳିତ ହୋଇଯାଇଛି ପୂଜକ ଅଇବନ ଭୋଇ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଦଇତାରି ଷାଣ୍ଢ, ହେମନ୍ତ କାଲସେ ଓ ଯଦୁ ଭୋଇ ବରୁଆ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...