32.9 C
Balāngīr
Wednesday, April 23, 2025

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ, ନାକେଦମ ହେଲେ ଡାକ୍ତର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଣାଇ, (୦୮/୦୩) : ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ। ଡାକ୍ତରଖାନାରେ କଟରରେ ଗରାକୁ କାଟି ବାହାର ଗଲା ଶିଶୁରୁ ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜାଙ୍ଗଳା ଗାଁରେ ଘଟିଛି ଏପରି ଘଟଣା ।

ସୂଚନା ଅନୁସାରେ ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଖେଳୁ ଖେଳୁ ଷ୍ଟିଲ ଗରାରେ ମୁଣ୍ଡ ପଶି ଯାଇଥିଲା । ପରିବାର ଲୋକ ମୁଣ୍ଡରୁ ଗରା ବାହାର କରିବା ପାଇଁ ବହୁ ଚେଷ୍ଟା କଲେ ସୁଦ୍ଧା ଷ୍ଟିଲ ଗରାଟି ଆଉ ନ ବାହାରି ନଥିଲା । ଏହାପରେ ଶିଶୁଟିକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ନାକେଦମ ହେବାକୁ ପଡ଼ିଥିଲା । ରାଉରକେଲା ନେବା ପାଇଁ ବାହାରୁ ଥିବା ବେଳେ ଦାୟିତ୍ବରେ ଥିବା ଡାକ୍ତର ପ୍ରଭାତ ରଞ୍ଜନ ସିଂ, ବୀରେନ୍ଦ୍ର ନାଏକ କଇଁଚି ଓ କଟର ସାହାଯ୍ୟରେ ଗରାକୁ କାଟି ଶିଶୁକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଶିଶୁ ସୁସ୍ଥ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

 

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...