ସମ୍ବଲପୁର, (୦୬/୦୭) : ଆପ୍ର. : ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ ।
ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି। ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯିବ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୬ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୨ ହଜାର ୯୦୬ କ୍ୟୁସେକ ଜଳ ପ୍ରବେଶ କରୁଥିିବାବେଳେ ୩୭ ହଜାର ୮୪୭ କ୍ୟୁସେକ ଜଳ ନିଷ୍କାସନ ହେଉଛି । ପାଣି ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ତଳି ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମହାନଦୀକୁ ନଯିବା ପାଇଁ ଆଲର୍ଟ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ଟି ଜିଲ୍ଲାର ଜିଲ୍ଳାପାଳ ଓ ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି ।