କାଶୀନଗର, (୨୬/୪) : ଆ.ପ୍ର. : ବହୁଦିନ ର ଦାବୀ କାଶୀନଗର ବାସୀଙ୍କ ପୂରଣ ହୋଇଛି । ପାରଳା ର ବୀର ଓଡିଶା ର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାନୀୟ ଫୋରେଷ୍ଟ ଛକ ଠାରେ ଉଦଘାଟିତ ହୋଇଛି ।
ଆଜି ଏପ୍ରିଲ ୨୬ ତାରିଖ ମହାରାଜା ଙ୍କ ଜନ୍ମ ଜୟନ୍ତୀ ରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଆଜି ସକାଳେ ସାଂସଦ ବ୍ରହ୍ମପୁର ରୁ ବାହାରି ପର୍ତୁମୂର୍ତ୍ତି ଉନ୍ମୋଚିତ କରିବା ସହ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା କୁ ମଧ୍ୟ ଉଦଘାଟନ କରିଥିଲେ, ଏହାପରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ରେ ସେ ଯୋଗ ଦେବେ ବୋଲି ଜଣାଯାଇଛି । କାଶୀନଗର ଟାଉନ ବିଜେପି ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।