ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୪/୦୧) : ଗୁପ୍ତ ଭାବେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ। ଟାଙ୍ଗୀ ଅବକାରୀ ବିଭାଗ ଆଜି ଜବତ କରିଛି ୪ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ।
ଏତେ ପରିମାଣର ଗଞ୍ଜେଇ ଗୋଟିଏ ପିକଅପ ଭ୍ୟାନାରେ ଚାଲାଣ ହେଉଥିଲା । ଅବକାରୀ ବିଭାଗ ଗଞ୍ଜେଇକୁ ଜବତ କରିଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଗିରଫ କରିଛି । ଆଜି ଭୋର ସମୟରେ ନିରାକାରପୁର ଲେଭଲ କ୍ରସିଂ ଦେଇ ଗୋଟିଏ ପିକଅପ ଭ୍ୟାନ ଯାଉଥିଲା। ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗକୁ ପୂର୍ବରୁ ହିଁ ଗୁପ୍ତ ସୂଚନା ମିଳି ସାରିଥିଲା । ଗାଡ଼ିଟି ଲେଭଲ କ୍ରସିଂ ପାର୍ ହେଉଥିବା ବେଳେ ଟାଙ୍ଗୀ ଅବକାରୀ ବିଭାଗ ଏହାକୁ ଅଟକାଇଥିଲା । ଗାଡ଼ି ଯାଞ୍ଚ ସମୟରେ ପ୍ରାୟ ଚାରି କ୍ୱିଣ୍ଟାଲ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିବା ସହିତ ଡ୍ରାଇଭଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ଓ ଅନ୍ୟାନ୍ୟ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଟାଙ୍ଗୀ ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି ।
ତାଙ୍କ କହିବା କଥା ଯେ ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି । ଆଜି ଟାଙ୍ଗୀ ଅବକାରୀ ବିଭାଗ ସକାଳ ୬.୩୦ ସମୟରେ ପ୍ୟାଟ୍ରୋଲିଂ କରୁଥିଲା। ଏହି ସମୟରେ ଖବର ମିଳିଥିଲା ଯେ ଗୋଟିଏ ପକଅପ ଭ୍ୟାନରେ ଗଞ୍ଜେଇ ଲୋଡ ହୋଇ ନରାକାରପୁର ଲେଭଲ କ୍ରସିଂ ପାର କରିବ । ଖବର ପାଇ ଅବକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଲୋଡେଡ ପିକଅପ ଭ୍ୟାନକୁ ଧରିଥିଲା । ଏହି ସମୟରେ ଗାଡ଼ି ଭିତରେ ଗାଡ଼ି ଚାଳକ ରହିଥିଲେ ।
ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଡ୍ରାଇଭର ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ଦେ ଓ ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ । ଗାଡ଼ିରୁ ୪ କ୍ୱିଣ୍ଟାଲ ୧ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି । ଏସବୁ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଗିରଫ ଡ୍ରାଇଭର ନାଁରେ ମାମଲା ହୋଇଛି । ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ । ଗିରଫ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ମଧ୍ୟ ଅନେକ ଥର ଗଞ୍ଜେଇ ଚୋରା ଚାଲାଣ କରିଥିଲା ବୋଲି ସୁମତି ତ୍ରିପାଠୀ କହିଛନ୍ତି ।