ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୧) : ଏସଟିଏଫ ପଞ୍ଝାରେ ଧରାପଡିଲେ ଗଞ୍ଜେଇ ମାଫିଆ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା ଏସଟିଏଫ (STF)। କାର ଭିତରୁ ମିଳିଲା ଏକ କୁଇଣ୍ଟାଲ ଗଂଜେଇ ।
୩ ଗଂଜେଇ ଚାଲାଣକାରୀଙ୍କୁ ବାନ୍ଧିଲା ଏସଟିଏଫ୍ । ମଙ୍ଗଳବାର ସନ୍ଧ୍ୟାରେ ଖୋର୍ଦ୍ଧା ଚନ୍ଦକା ରୋଡ଼ ଲତା ଭୁଆସୁଣୀ ମନ୍ଦିର ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ । ଏକ କାରରେ ତିନି ଜଣ ଯାଉଥିବା ବେଳେ ହୋଇଥିଲା ଚଢ଼ାଉ । ଚଢ଼ାଉ ବେଳେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ଅକ୍ଷୟ କୁମାର ବିନ୍ଧାଣୀ, ବିକ୍ରମ କୁମାର ବେହେରା ଓ କୁକୁନା ବେହେରା । ନିଶା ଚାଲାଣରେ ସେମାନେ ବ୍ୟବହୃତ କାରଟିକୁ ମଧ୍ୟ ଜବତ କରାଯାଇଛି । କେସ ନମ୍ବର ୨ ଏନଡିପିଏସ (NDPS ) ଦଫାରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।