ଗୋପାଳପୁର, (୦୪/୦୫) : ଆପ୍ର. : ଗୋପାଳପୁର ପୁଲିସ ଗଂଜେଇ ଚୋରା ଚାଲାଣ କରୁଥିବା ୨ ଜଣକୁ କାବୁ କରି କୋର୍ଟ ଚାଲାଣ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡିଙ୍ଗିନୀ ପଦର ଗ୍ରାମର ଦାସ ନାୟକ ଏବଂ ସେହି ଥାନା ଅଂଚଳର କଳାମେଲ ଗ୍ରାମର ମନୋଜ ବିର। ସେମାନଙ୍କ ଠାରୁ ୪୮ କେ.ଜି ଗଂଜେଇ ଜବତ ହୋଇଛି । ଗତକାଲି ଗୋପାଳପୁର ଥାନା ପକ୍ଷରୁ ଜାତୀୟ ରାଜପଥରେ ଗାଡ଼ି ମୋଟର ଯାଞ୍ଚ ଚାଲିଥିଲା । ପଥରା ଓଭରବ୍ରିଜ ପଟୁ ଏକ କାରର ଆଗକାଚ ଭାଙ୍ଗି ଯାଇ ଯାଉ ଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ ଅଟକାଇ ପଚରା ଉଚରା କରିଥିଲା । ପଚାରିବା ପରେ ପଥରା ଓଭରବ୍ରିଜ ନିକଟରେ ଏକ ବାଇକ ଧକ୍କା ଦେବାରୁ ଆଗ ଗ୍ଲାସ ଭାଙ୍ଗି ଯାଇଥିବା କହିଥିଲେ l
ପୁଲିସକୁ ସନ୍ଦେହ ହେବାରୁ କାର ଟିକୁ ଯାଞ୍ଚ କରି ପଛ ପଟ ଡ଼ିକି ଖୋଲିବାକୁ କହିଥିଲେ । ଡିକି ଖୋଲି ଦେଖିବା ବେଳକୁ ଦୁଇଟି ଜରି ବସ୍ତା ରହିଥିବାରୁ ଖୋଲି ଦେଖିବା ବେଳକୁ ସେଥିରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ । ପରେ ଓଜନ ବେଳେ ୪୮ କେ.ଜି ଗଂଜେଇ ଥିବାରୁ ଅଭିଯୁକ୍ତ ଦୁଇ ଜଣକୁ କାବୁ କରିବା ସହ କାର, ଦୁଇଟି ମୋବାଇଲ, ୧୬୭୦ ଟଙ୍କା, ପାନ କାର୍ଡ ଆଦି ନଥିପତ୍ର ଜବତ କରି କେସ ନମ୍ବର ୧୨୮/୨୫ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।