32.9 C
Balāngīr
Sunday, July 13, 2025

ଗଞ୍ଜେଇ ମାଫିଆ ଘରୁ ୧୧୭ କିଲୋ ଗଞ୍ଜେଇ ଜବତ; ଜଣେ ଗିରଫ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୭/୨)ଗଞ୍ଜେଇ ମାଫିଆ ଙ୍କ ଘର ବାରି ପଟ ମାଟିତଳୁ ୧୧୭ କେଜି ଗଂଜେଇ ଜବତ କରିଛି ବାଲିଗୁଡା ପୋଲିସ lWhatsApp Image 2025 02 17 at 14.25.06 1 ଗଞ୍ଜେଇ ମାଫିଆ ଘରୁ ୧୧୭ କିଲୋ ଗଞ୍ଜେଇ ଜବତ; ଜଣେ ଗିରଫ

ଗଞ୍ଜେଇ ମାଫିଆ ଜଣକ ଦୀର୍ଘ ଦିନ ହେବ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ବିଭିନ୍ନ ରାଜ୍ୟର ଗଂଜେଇ ଚାଲାଣକାରୀ ଙ୍କ ସହ ନେଟୱର୍କ ରଖି ଡିଲ କରୁଥିବା ବାଲିଗୁଡା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଥିଲା l ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱ ରେ ଏକ ଟିମ ଗଂଜେଇ ମାଫିଆ ର ଗାଁ ବାଲିଗୁଡା ଥାନା ପରମପାଙ୍ଗା ପଂଚାୟତ ର ଇସରାଇଲ ନଗର ରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଗଂଜେଇ ମାଫିଆ ଓ ତାଙ୍କ ଭାଇ ପୋଲିସ କୁ ଦେଖି ଗାଁ ନିକଟସ୍ଥ ଜଙ୍ଗଲ କୁ ଦୌଡ଼ି ପଳାଇଥିଲେ l ତେବେ ଇସରାଇଲ ନଗର ଗାଁ’ର ଗଂଜେଇ ମାଫିଆ ପୂଜୁରା ଦିଗାଲ କୁ ପୋଲିସ ଗିରଫ କରିବା ରେ ସଫଳ ହୋଇଥିବା ବେଳେ ତାର ଭାଇ ପାଉଲ ଦିଗାଲ ଫେରାର ହେବା ରେ ସକ୍ଷମ ହୋଇଛି l

ତେବେ ଗିରଫ ଅଭିଯୁକ୍ତ ରାଜ୍ୟ ବାହାରେ ଗଞ୍ଜେଇ ଚାଲାଣ କରିବା ସହ ଦୀର୍ଘ ଦିନ ହେବ ଏକ ବଡ଼ ନେଟୱର୍କ ଚଳାଇ ଆସୁଥିବା ପ୍ରେସମିଟ ଜରିଆରେ ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l ତେବେ ବାଲିଗୁଡା ଥାନା ଅଂଚଳ ରୁ ଅଭିଯୁକ୍ତର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପରି ବାହାର ରାଜ୍ୟ ର ଲିଙ୍କ ନେଇ ଅଧିକ ତଦନ୍ତ ଜାରୀ ରହିଥିବା ବାଲିଗୁଡା ଏସଡ଼ିପିଓ ସୂଚନା ଦେଇଛନ୍ତି l

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...