32.9 C
Balāngīr
Wednesday, April 23, 2025

ଗଣେଶ୍ଵର ଉଚ୍ଚବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ଥିତ ପଞ୍ଚମହଲା ଗ୍ରାମ ର ଗଣେଶ୍ଵର  ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକୋତ୍ସବ ଗତ କାଲି ମହାସମାରୋହରେ ପାଲିତ ହୋଇଯାଇଛି ।WhatsApp Image 2025 01 12 at 16.29.20 ଗଣେଶ୍ଵର ଉଚ୍ଚବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚମହଲା ସେବା ସମିତିର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ସମାରୋହ କୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟ ରେ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ର ଏବିଇଓ ଯୋଗେଶ୍ଵର ଦାଶ ପଞ୍ଚାୟତ ସମିତି ସଭ୍ୟା ରେବତୀ ସୁରୁଜାଲ,ପଞ୍ଚମହଲା କ୍ଲଷ୍ଟର ସିଆର୍ ସି ବିଶ୍ଵଜିତ ଆଚାର୍ଯ୍ୟ,ମୋ ସ୍କୁଲ୍ ଅଭିଜାନ ର ପୂରାତନ ଛାତ୍ର ବିମଳ ଜଗଦଲା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ବିଷୟ ଭିତ୍ତିକ ଶିକ୍ଷୟିତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ପ୍ରଦତ୍ତ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ବିଜ୍ଞାନ ଶିକ୍ଷକ ରୋହିତ କୁମାର ଦଣ୍ଡସେନା ଉତ୍ସବ ର ପରିଚାଳନା କରିଥିବାବେଳେ ଶିକ୍ଷକ ସୈ।ମିସ୍ତ୍ରୀ ପାଢ଼ୀ, ଦିଲ୍ଲୀପ କୁମାର ସାହୁ,ବି.ସ୍ଵାତି ମୁଚ୍ୟମ୍ ପାତ୍ର,ସର୍ମିଷ୍ଠା ମହାକୁର , ସୋନାଲି ଗୈ।ତମ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବାବେଳେ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପଣ୍ଡିତ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଚଳିତ ବର୍ଷ ର ବେଷ୍ଟ୍ ଷ୍ଟୁଡେଣ୍ଟ୍ ହିସାବରେ ଲିପ୍ସା ମହାକୁଡ଼ ଓ ଅନିଲ ବଗର୍ତ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଉଚ୍ଚକୋଟୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକି ଉପସ୍ଥିତ ସମସ୍ତ ଅଭିଭାବକ ଅଭିଭାବିକା ତଥା ଗ୍ରାମବାସୀ ବହୁତ ସମୟଧରି ଉପଭୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...