ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୮) : କାଶୀନଗର, ପାରଳାଖେମୁଣ୍ଡି ଅଂଚଳ ରେ ଗତକାଲି ସନ୍ଧ୍ୟା ରୁ ବର୍ଷା ଆରମ୍ଭ ହୋଇଛି l
ଗତ କାଲି ରାତିରୁ ଏହି ରିପୋର୍ଟ ଲେଖା ହେଲା ବେଳକୁ ପ୍ରବଳ ମୂଶଳ ଧାରା ରେ ବର୍ଷା ହେଉଛି l ଗତ କାଲି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ମଧ୍ୟ ବିଭିନ୍ନ ଯାଗା ବୁଲି ସ୍ଥିତି ପରଖି ଥିବା ଜଣା ପଡିଛି l ଏହି ବର୍ଷା ହେବା ଫଳରେ ଚାଷୀ ଙ୍କ ମନ ରେ ହସ ଫୁଟିଛି l ଚାଷୀ ଏଯାଏଁ ନିଜ ଜମି ରେ ଧାନ ରୁଆ କରିନାହିଁ l ଏଣୁ ଚାଷ ଟିକେ ଆଗେଇବ ବୋଲି ସୂଚନା ମିଲିଛି l