32.9 C
Balāngīr
Monday, April 28, 2025

ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା -୨୫/୧/୨୫): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।92b0f48c eab9 456b 9e23 097e57c68976 ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର

ଆଜି ଶନିବାର ହୋଇଥିବାରୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ହୋଇଥିଲା।ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ମଧ୍ୟ ଛାତ୍ର ଗରମ ଡାଲି ଓ ଅଣ୍ଡା ଝୁଳରେ ପଡିଯିବା ଘଟଣା ଅଞ୍ଚଳରେ ଆଶ୍ଚର୍ଯ୍ୟ କରିଛି। ସମସ୍ତ ଶିକ୍ଷକ ଜାନୁଆରୀ ୨୬ ପାଇଁ ବ୍ୟସ୍ତ ରହିଥିବା ବେଳେ ପିଲାଙ୍କ ପ୍ରତି କାହାର ନଜର ରହିନଥିଲା।ଅନ୍ୟ ପଟେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଇଁ ପିଲା ମାନେ ଧାଡି ବାନ୍ଧି ଠିଆ ହୋଇ ରହିଥିଲେ । ଶନିବାର ଦିନ ଅଣ୍ଡା ତରକାରୀ କରାଯାଇଥିଲା ।

ଧାଡିରେ ଠିଆ ହୋଇ ରହିଥିବା ପିଲା ମାନେ ଠେଲା ପେଲା ହେବାରୁ ଛୋଟ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପଡିବାରୁ ତା ଉପରେ ଡାଲି ଓ ଅଣ୍ଡା ଝୋଳ ପଡି ଯାଇଥିଲା ।ଯାହା ଫଳରେ ତାର ଶରୀରର କିଛି ଅଂଶ ପୋଡି ଯାଇଥିଲା ।ଉକ୍ତ ଖବର ପରିବାରକୁ ଜଣାଇବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକ ଗୁରୁତର ଛାତ୍ର କୁ ନେଇ ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତାର ଅବସ୍ଥା ଖରାପ ଥିବା ଯୋଗୁଁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଏହିଠାରେ ଡକ୍ଟର ଅନୁଭବ ସାହୁ ପ୍ରାଥମିକ ଚିକିତ୍ସା କରି ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଛନ୍ତି । ଏହିଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସମୟରେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ରହୁ ନ ଥିବାରୁ ଏହି ପରି ଘଟଣା ହୋଇଥିବା ଲୋକ ଲୋଚନାରେ ଆଲୋଚନା ହେଉଥିବା ଶୁଣିବା ପାଇଁ ମିଳୁଛି ।

ଏ ସମ୍ପର୍କ ରେ ପ୍ରଧାନ ଶିକ୍ଷକ କମଳେନ୍ଦୁ ରାଇନାଙ୍କୁ ପଚାରିବାରୁ ପିଲାମାନେ ଲାଇନରେ ଥିଲେ ପଛପଟ କେହି ପିଲା ଠେଲି ଦେବାରୁ ପ୍ରଥମେ ଏକ ପିଲରରେ ବାଜି ଗରମ ଡାଲି ଓ ଅଣ୍ଡା ଝୋଳରେ ପଡିଗଲା ଆମେ ମେଡିକାଲ ଆଣି ଚିକିତ୍ସା ଚଲାଇଛନ୍ତି ଡାକ୍ତର। ଏହାକୁ ନେଇ ସାମ୍ବାଦିକ ମାନେ ମେଡିକାଲ ଯାଇ ଖବର ସଂଗ୍ରହ କରିବା ବେଳେ ପରିବାର ଲୋକ ବିରୋଧ କରି ପ୍ରକାଶ ନକରିବାକୁ ତାଗିଦ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...