32.9 C
Balāngīr
Thursday, July 10, 2025

ଗରିବ ଭୂମିହୀନ ଙ୍କୁ ଜମି ଓ ଘର ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ ଦାବିରେ କଂଗ୍ରେସ
ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୨/୧୨) : କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସମ୍ବିଧାନ ଆମକୁ ସମ୍ମାନ ର ସହ ବଞ୍ଚିବାର ଅଧିକାର ଦେଇଛି । ବଞ୍ଚିବା ପାଇଁ ରୋଜଗାର ଦରକାର । ସହରରେ ରୋଜଗାର କରିବା ପାଇଁ ବାସଗୃହ ନିହାତି ଆବଶ୍ୟକ । ଗାଁ ଗହଳି ରୁ ଗରିବ ଭୂମିହୀନ ମାନେ ପେଟ ପାଟଣା ପାଇଁ ଆସି ସହରରେ ଖାଲିଥିବା ସରକାରୀ ଜମିରେ ଘର କରି ରହୁଛନ୍ତି ।

ସରକାର ଙ୍କ କର୍ତ୍ତବ୍ୟ ସେମାନଙ୍କୁ ରୋଜଗାର କରିବା ପାଇଁ ସୁଯୋଗ ଦେବା ଏବଂ ତାଙ୍କର ମୌଳିକ ଅଧିକାର ର ସୁରକ୍ଷା କରିବା କିନ୍ତୁ ତାହା କରିବା ପରିବର୍ତ୍ତେ ଏହି ଗରିବ ବିରୋଧି ସରକାର ସେମାନଙ୍କୁ ବେଘର କରୁଛି । ଆଇନରେ ଅଛି ଗରିବ ଭୂମିହୀନ ଙ୍କୁ ଜମି ଓ ଘର ଯୋଗାଇ ଦେବା କିନ୍ତୁ ୫ମ ପାଳିରେ ଥିବା ବିଜେଡି ସରକାର ସଂଖ୍ୟା ଗରିଷ୍ଠତାରେ ମଦମସ୍ତତ୍ତ ହୋଇ ଗରିବଙ୍କୁ ଘର ଓ ଜମି ଦେବା ପରିବର୍ତ୍ତେ ସେମାନେ ମୁଣ୍ଡଗୁଞ୍ଜି ଥିବା ସରକାରୀ ଜାଗାରେ ତାଙ୍କ ଘର ଭାଙ୍ଗି ରାସ୍ତାକୁ ଠେଲି ଦେଉଛି । ଏଥିରୁ ଯଦି ସରକାର ଓ ଜିଲ୍ଲା ପ୍ରଶାସନ ବିରତ ନ ରହନ୍ତି ତେବେ କଂଗ୍ରେସ ଦଳ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ବିରୁଦ୍ଧରେ ବିରାଟ ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ଦିଲିପ କୁମାର ବେହେରା ନିଜ ବକ୍ତବ୍ୟରେ ଚେତାବନୀ ଦେଇଛନ୍ତି ।

ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନଗର ସଭାପତି ବୁଲୁ ଦାନୀଙ୍କ ଆବାହକତ୍ୱ ରେ ହୋଇଥିବା ଏହି ଆନ୍ଦୋଳନରେ ସଭାପତି ଶ୍ରୀ ବେହେରା ଏହା ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ରେ ଅଛି ସେମାନେ ପ୍ରଶାସନକୁ ଯାହା କହୁଛନ୍ତି ପ୍ରଶାସନ ତାହା କରୁଛି । ଲୋକେ ବୁଝିଯିବା ଦରକାର ଯେ ଏହା ଏକ ଗରିବ, ଖଟିଖିଆ, ଭୂମିହୀନ ବିରୋଧି ସରକାର । ସରକାର ସବୁବେଳେ ଜିଲ୍ଲା ପ୍ରଶାସନକୁ ଲଗାଇ ଗରିବଙ୍କ ଘର ଭାଙ୍ଗିବାରେ ଲାଗିଛି । ବିଜୁ ଜନତା ଦଳ ର ଲୋକେ ଲୋକଙ୍କୁ ଭୁଆଁ ବୁଲେଇ ଭୂମିହୀନ ଙ୍କ ପାଇଁ ଆନ୍ଦୋଳନ କରିବାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମତ ପ୍ରକାଶ ପାଇଛି ।

ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ଅନେକ ନେତା ଯଥା ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଏପରିକି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଶୁଶାନ୍ତ ସିଂହ ସରକାରଙ୍କ ଏହି ଗରିବଙ୍କ ଘରଭଙ୍ଗା ନୀତି ବିରୁଦ୍ଧରେ ମୁହଁ ଖୋଲୁନାହାନ୍ତି କାହିଁକି ବୋଲି ଜିଲ୍ଲା ସଭାପତି ଶ୍ରୀ ବେହେରା ସେମାନଙ୍କୁ ତିବ୍ର ସମାଲୋଚନା କରି କହିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଓ ବଲାଙ୍ଗିର ରେ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଉନ୍ନୟନମୂଳକ ଯୋଜନା ନାଁ ନେଇ ଗରିବ ଭୂମିହୀନଙ୍କୁ ଘର ଭାଙ୍ଗି ବାସହରା କରୁଛନ୍ତି । ସେମାନେ ଜାଣିବା ଦରକାର କରୋନା ଯୋଗୁଁ ଲୋକେ ଆର୍ଥିକ ସ୍ତରରେ ଅନେକ କ୍ଷତି ସହିଛନ୍ତି । ଏପର୍ଯ୍ୟନ୍ତ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବରେ ଅପସରିଯାଇ ନାହିଁ ।

ଓଲଟା ତୃତୀୟ ଲହର ଆଶଙ୍କା ଦେଖା ଦେଲାଣି ତେଣୁ ଏପରି ସମୟରେ ନବୀନ ସରକାର ଏବଂ ଜିଲ୍ଲା ପ୍ରଶାସନ ର ମାନବିକତା ହୀନ ଘର ଭଙ୍ଗା ଅଭିଯାନ କୁ ଆନ୍ଦୋଳନରେ ଉପସ୍ଥିତ ଥିବା ନେତୃତ୍ୱ ଯଥା ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଉପସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଉପସଭାପତି ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଆରତିପ୍ରୀତି ନାଗ, ମିରା ମଣ୍ଡଳ, ସଏନା ବେଗମ, ଅନିତା ସେଠ, ଟୁଲୁ ସେନ, ପ୍ରେମ ପ୍ରକାଶ ମିଶ୍ର, ବ୍ୟାସଦେବ ନନ୍ଦ, ଚଗଲା ପରିଚ୍ଛା, କୁଳ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ କଟୁ ସମାଲୋଚନା କରିଥିଲେ ।

ଶେଷରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭୂମିହୀନମାନଙ୍କୁ ପ୍ରଥମେ ଜମି ଓ ଘର ଦିଆଯାଉ ଏବଂ ପରେ ବିସ୍ଥାପନ କରାଯାଉ ଦାବୀ ଥିବା ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଦଳ ତରଫରୁ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଜିଲ୍ଲାରେ ଗରିବଙ୍କ ଘରଭଙ୍ଗା ନିଷ୍ପତ୍ତି ସରକାର ଏବଂ ଜିଲ୍ଲା ପ୍ରଶାସନର ହୋଇଥିବା ସ୍ଥଳେ ଖୁଦ୍‌ ସରକାରୀ ଦଳର ନେତୃବୃନ୍ଦ ଆଜି କିଛି ସାଧାରଣଲୋକଙ୍କୁ ନେଇ ସରକାରୀ ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦେଖାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...