32.9 C
Balāngīr
Monday, April 28, 2025

ଗର୍ଜିଲେ ପାଚକ ପାଚିକା ମହାସଂଘ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୦୧) : ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ରାଜ ରାସ୍ତାରେ ଗର୍ଜନ କରିଥିବାର ଦେଖୀବାକୁ ମିଳିଥିଲା।WhatsApp Image 2025 01 28 at 21.34.31 1 ଗର୍ଜିଲେ ପାଚକ ପାଚିକା ମହାସଂଘ

ଗର୍ଜିଲେ ପାଚକ ପାଚିକା ମହାସଂଘ । ୧୪୦୦ ଟଙ୍କା ରୁ ୨୦୦୦ଟଙ୍କା ଏବଂ ପରେ ଏହାକୁ ୩୦୦୦ଟଙ୍କା କୁ ବୃଦ୍ଧି କରିଛନ୍ତି ସରକାର, ଯାହାକି ସମୁଦ୍ରକୁ ସଂଖେ ପରି । ୨୯/୩୦ବର୍ଷ ଧରି ମଧ୍ୟାହ୍ନ ଭୋଜନ କ୍ଷେତ୍ର ରେ ୭ଘଣ୍ଟା ରୁ ଅଧିକ ସମୟ ପରିଶ୍ରମ କରୁଛନ୍ତି । ତତ୍ ସହିତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିର୍ଦ୍ଧେଶ ଓ ଆଦେଶ କୁ ପାଳନ ପରେ ମଧ୍ୟ ଚାକିରି ରୁ କାଡି ଦେବାର ଧମକ ମଧ୍ୟ ମିଳୁଛି ବୋଲି କହିଛନ୍ତି ପାଚିକା ମାଆ ମାନେ। ସରକାର ମାସିକ ୩୦୦୦ ବଦଳରେ, ଦୈନିକ ମଜୁରି ହିସାବରେ ୪୫୨ଟଙ୍କା ହିସାବରେ ମାସିକ ୧୩ହଜାର ୫୬୦ଟଙ୍କା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି । ବର୍ତମାନ ସୁଦ୍ଧା ପାଚକ ପାଚିକା ମାନଙ୍କୁ ନିଯୁକ୍ତି ପତ୍ର କିମ୍ୱା ପରିଚୟ ପତ୍ର ଦିଆ ଯାଇ ନାହିଁ ।WhatsApp Image 2025 01 28 at 21.34.31 ଗର୍ଜିଲେ ପାଚକ ପାଚିକା ମହାସଂଘ

୨୦୧୮ମସିହାରୁ ଘୋଷଣା ହୋଇଥିବା ୨୦୦୦ଟଙ୍କା ଅକ୍ଟମ୍ୱର ୨୦୨୩ ପର୍ୟ୍ୟନ୍ତ ଥିବା ବକେୟା ରାଶି ପ୍ରଦାନ କରାଯାଉ। Smc ଓ shg ନିୟନ୍ତ୍ରଣ ମୁକ୍ତ ରଖନ୍ତୁ ସରକାର। କାର୍ଯ୍ୟରତ ମହିଳା ଙ୍କୁ ୬୦ବର୍ଷରୁ ଉର୍ଦ୍ଧ ଯଦି ହୋଇଯାଏ ତେବେ ତାଙ୍କ ପରିବାର ର କେହି ଜଣେ ସଦସ୍ୟ ଙ୍କୁ ନିଯୁକ୍ତି ଦେବା ସହ ମୃତ୍ୟୁ ବଦଳରେ ୧ଲକ୍ଷ ଟଙ୍କା ଅବସର କାଳୀନ ଭତ୍ତା ଭାବରେ ପ୍ରଦାନ କରାଯାଉ। ପ୍ରତି ମାସରେ ଅତ୍ୟଧିକ ବିଳମ୍ବରେ ମିଳୁଥିବା ମାସିକ ଟଙ୍କା ଶିଘ୍ର ପ୍ରଦାନ କରାଯାଉ। ଖରା ଛୁଟି ପ୍ରଦାନ କରିବା ସହ ପାଚିକା ମାଆ ମାନଙ୍କର ଛଟେଇ ନ କରି କାମର ସୁଯୋଗ ଦିଆଯାଉ ।

ଏହିଭଳି ଅନେକ ଦାବି ନେଇ ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରୁ ବିଶାଳ ବଡ଼ ପଦଯାତ୍ରା ରେ ବାହାରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷଭ ପ୍ରଦର୍ଶନ କରିବା ସହିତ ୧ଘଣ୍ଟା ଧରି ଧାରଣାରେ ବସିଥିଲେ। ଏବଂ ଶିକ୍ଷାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପରେ ପରେ ଦୈନିକ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷଭ ପ୍ରଦର୍ଶନ କରିବା ସହିତ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଥିଲେ।

ଏହି ପଦଯାତ୍ରାରେ ରାଜ୍ୟ ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଦୀପ କୁମାର୍ ନାୟକ, ଏବଂ ଶ୍ରୀ ନିରଞ୍ଜନ ପାତ୍ର, ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ରାଜ୍ୟ ଉପ ସଭାନେତ୍ରୀ ସଂଯୁକ୍ତା ବିସୋଇ, ସଭାନେତ୍ରୀ ସୁମିତ୍ରା ରଥ, ସମ୍ପାଦିକା ଜଗନ୍ନାଥ ମୁଦ୍ଦୁଲି, କୋଷାଧ୍ୟକ୍ଷ ସନ୍ଧ୍ୟାରାଣି ସ୍ୱାଇଁ, ଶ୍ରୀ ପ୍ରମୋଦ ସାହୁକାର, ରୁକୁଣି ପାତ୍ର, ସୁଭଦ୍ରା ଦାସ, ରାୟଗଡ଼ ଜିଲ୍ଲା ସଙ୍ଘର ଉପଦେଷ୍ଟା ଶ୍ରୀ ଖଗେଶ୍ବର ସିଂ, ସୁଲ୍ୟ ନାୟକ, ହେମଲତା ସିଂ, ଗୌରୀ ବିଶ୍ଵାଳ, ରତ୍ନଲୁ ଆମ୍ମା ପ୍ରମୁଖ ଉପସ୍ଥିତ ଥିବା ବେଳେ, ୨୦୦୦ସଂଖ୍ୟାରେ ପାଚିକା ମାଆ ମାନେ ମହାସଂଘ ର ଏହି ପଦଯାତ୍ରାରେ ସାମିଲ୍ ହେଇଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...