32.9 C
Balāngīr
Saturday, April 26, 2025

ଗହଣା ଦୋକାନୀଙ୍କ ଘରେ ପଶି ଟଙ୍କା ସହ ସୁନା ଗହଣା ଲୁଟ କଲେ ଦୁର୍ବୃତ୍ତ

Must read

ସୋର, (୧୦/୦୪) : ଆପ୍ର. : ବିଳମ୍ବିତ ରାତିରେ ସୁନା ଦୋକାନୀଙ୍କ ଘରେ ପଶି ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ

ଏପରି ଏକ ଅଭବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଆଙ୍ଗୁଳା ଗ୍ରାମରେ ଘଟିଛି । ଏନେଇ ସୁନା ଦୋକାନୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି କରିଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣାଙ୍କର ଏକ ସୁନା ଦୋକାନ ରହିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣା ଦୋକାନରୁ ଆସି ଘରେ ଖାଇ ଶୋଇଥିବା ସମୟରେ ଆଠରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବରେ ଘରର କବାଟ ଭାଙ୍ଗି ପଶିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଦୋକାନୀ ଗୋପାଳ ଚନ୍ଦ୍ର ମହାରଣାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ସମସ୍ତ ମୂଲ୍ୟବାନ ସାମଗ୍ରୀ ଲୁଟ କରିଥିଲେ ।

କିଛି ସମୟରେ ମଧ୍ୟରେ ଘରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ । ଏନେଇ ଗୋପାଳଙ୍କ ସ୍ତ୍ରୀ ସୋର ଥାନାରେ ଅଭିଯୋଗ କରିଥିଲେ । ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସହିତ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ବୋଲି ସୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । ନିର୍ଭୟରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଲୋକମାନଙ୍କ ଠାରୁ ସବୁ ସୁନାଗହଣା ଲୁଟି ନେଉଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଛି । ଏନେଇ ପୋଲିସ ମଧ୍ୟ ତଦନ୍ତ କରୁଛି । କିନ୍ତୁ କିଛି ସୁଫଳ ମିଳୁନାହିଁ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...