ଯାଜପୁର, (୦୪/୦୭): ଆପ୍ର. : ସଡ଼କ ଦୁର୍ଘଟଣାରେ ଜଣେ ମୃତ ଅନ୍ୟ ଜଣେ ଆହତ ହୋଇଛନ୍ତି । NH ୧୬ ଛତିଆ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।
ସୂଚନା ଅନୁଯାୟୀ ମେଦିନପୁରରୁ ଏକ ପିକ ଅପ୍ ଭ୍ୟାନରେ ଦୁଇ ଜଣ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଛତିଆ ନିକଟରେ ଗାଡ଼ି ପମ୍ପଚର ହୋଇଥିଲା । ଗାଡ଼ିର ଟାୟାର ବଦଳାଉଥିବା ସମୟରେ ଏକ ଟଲର ଗାଡ଼ି ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି । ମୃତକ ମେଦିନପୁର ଅଂଚଳର ଆହାଜାନ ଖାନ୍ ବୋଲି ଜଣା ପଡିଛି । ସେପଟେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟଲରଟି ଫେରାର ହୋଇ ଯାଇଥିବା ଜଣାପଡିଛି । ଏନେଇ ଛତିଆ ଫାଣ୍ଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।