32.9 C
Balāngīr
Saturday, July 12, 2025

ଗାଡି ଚଢାଇ ହତ୍ୟା କଲେ ବିଜେଡି କର୍ମୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୨/୦୬) : ନିର୍ବାଚନୀ ହିଂସା ରେ ଚାଲିଗଲା ବୃଦ୍ଧ ଙ୍କ ଜୀବନ। ଗାଡି ଚଢାଇ ହତ୍ୟା କଲେ ବିଜେଡି କର୍ମୀ । ଦିନରେ ପୁଅ କୁ ଆକ୍ରମଣ, ସନ୍ଧ୍ୟାରେ ବାପା ଙ୍କୁ ହତ୍ୟା ।

ବୃଦ୍ଧ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର କୁଦାନଗରୀ ଥାନା ଅନ୍ତର୍ଗତ ଜମପଡା ପଂଚାୟତର ଗୌଡ଼ଗାଁ ର ପୁରୁଷୋତ୍ତମ ସ୍ୱାଇଁ । ପୁରୁଷୋତ୍ତମ ଙ୍କ ପୁଅ କୁଞ୍ଜବନ ସ୍ୱାଇଁ ବିଜେପି ପଞ୍ଚାୟତ ସଭାପତି ହୋଇଥିବାରୁ ପୂର୍ବରୁ ଅନେକ ଥର ବିଜେଡି ର ଆକ୍ରୋଶର ଶିକାର ହୋଇଥିଲେ । ଆଜି ଦିନରେ ବୁଥ ନିକଟରେ ବିଜେଡି କର୍ମୀ ମାନେ କୁଞ୍ଜବନଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।

ଭୋଟିଙ୍ଗ ସରିଲା ପରେ ଆଜି ସନ୍ଧ୍ୟାରେ ପୁରୁଷୋତ୍ତମ ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ବିଜେଡି କର୍ମୀ ଅମର ପରିଡା ସ୍ପିଡ଼ ରେ ମଟରସାଇକେଲ କୁ ପୁରୁଷୋତ୍ତମ ଙ୍କ ଉପରେ ଚଢାଇ ଦେଇଥିଲେ । ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହେଲା ବେଳେ ପୁରୁଷୋତ୍ତମ ଙ୍କ ମୃତୁ ଘଟିଥିଲା । ଡାକ୍ତରଖାନା ରେ ପହଁଚି ବିଜେଡି ର ଏଭଳି ହିଂସାତ୍ମକ ଆଚରଣ କୁ ଦୃଢ଼ ନିନ୍ଦା କଲେ ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତ ପରିବାର କୁ ନ୍ୟାୟ ମିଳିବା ଦରକାର ବୋଲି ନିର୍ବାଚନ ଆୟୋଗ ନିକଟରେ ଦାବି କଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...