ସମ୍ବଲପୁର, (୦୪/୦୫) : ଆପ୍ର. : ଗାଡି ଭିତରୁ ଜଣେ ଚାଳକଙ୍କ ମୃତ ଦେହ ଉଦ୍ଧାର । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫାର୍ମରଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ଚାଳକ ଜଣକ ହେଉଛନ୍ତି ଝାରସୁଗୁଡା ଅଞ୍ଚଳର ଚନ୍ଦ୍ରଭାନୁ ରାଉତ । ସେ ଝାରସୁଗୁଡାରୁ ଜଣେ ରୋଗୀଙ୍କୁ ସମ୍ବଲପୁରର ଏକ ନରସିଂହୋମକୁ ଚିକିତ୍ସା ପାଇଁ ଆଣିଥିଲେ । ନର୍ସିଂହୋମରେ ରୋଗୀଙ୍କୁ ଛାଡିବା ପରେ ଚାଳକ ଜଣକ ତାଙ୍କ ଆର୍ଟିଗା ଗାଡିକୁ ଏକ ଗଛ ଛାଇରେ ରଖିଥିଲେ ଓ ଗାଡି ପଛ ସିଟରେ ଶୋଇଥିଲେ l ତେବେ କିଛି ଘଣ୍ଟା ପରେ ମଧ୍ୟ ଗାଡିରୁ ନବାହାରିବାରୁ ସ୍ଥାନୀୟ ଲୋକେ ଟାଉନ ଥାନାକୁ ଜଣାଇଥିଲେ।
ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଚନ୍ଦ୍ରଭାନୁକୁ ମେଡିକାଲ ନେଇ ଯାଇଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ତେବେ କେଉଁ କାରଣ ପାଈଁ ଚନ୍ଦ୍ରଭାନୁଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ l ଶବ ବ୍ୟବଛେଦ ପରେ ପୁରା ଘଟଣା ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି l