କେନ୍ଦୁଝର, (୨୩/୦୩) : ଆପ୍ର. : କେନ୍ଦୁଝର ଜିଲ୍ଲା ଟାଉନ ଥାନା ନରଣପୁର ଗାଁରେ ଅଘଟଣ। ପୋଖରୀରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛି ।
ନିଖୋଜ ନାବାଳକ ଜଣକ ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା ବୋଲି ଜଣାପଡିଛି । ସମୀର ଗତକାଲି କେନ୍ଦୁଝର ନରଣପୁର ରତ୍ନା ସାହିରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଆଜି ସକାଳୁ ସେ ଗାଁ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।