ରାଇକିଆ, (୦୩/୦୫) : ଆପ୍ର : କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜର ଘଞ୍ଚ ଜଙ୍ଗଲ ଘେରା ଇନ୍ଦ୍ରଗଡ ସେକ୍ସନରେ ହାତୀପଲଙ୍କ ଆକ୍ରମଣରେ ଚାରିଜଣଙ୍କ ଘରନଷ୍ଟ ହୋଇଛି ।
ମୂଜାଗଡ ରେଞ୍ଜରୁ କରଡ଼ା ରେଞ୍ଜରେ୨୬ ଗୋଟି ହାତୀ ପଲ କିଛି ଦିନ ହେଲା ଚଳପ୍ରଚଳ କରୁଛନ୍ତି । ଓ ସେହି ଉକ୍ତ ରେଞ୍ଜର ଗାନ୍ଧାରୀ ଭୂଇଁ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ସେହି ଗ୍ରାମର ମଲ ନାୟକ, ଚକ୍ର ନାୟକ, ଖଦାଳ ନାୟକ, ଓ ମନୋଜ ମଲ୍ଲିକଙ୍କ ଘର ଭାଙ୍ଗିଛି । ଓ ଫସଲ ମଧ୍ଯ ନଷ୍ଟ ହୋଇ ଅଛି । ତେଣୁ ସେହି କ୍ଷତି ଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଦାବି କରାଯାଇଥିବା କହି ଅଛନ୍ତି । ଓ ଏହାକୁ ନେ଼ଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।